Categories: ଖେଳ

ଅଷ୍ଟ୍ରେଲିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଲା ନେଦରଲାଣ୍ଡ୍ସ

ଭୁବନେଶ୍ବର,୨୯।୧(ବ୍ୟୁରୋ): ହକି ବିଶ୍ୱକପର ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ରବିବାର ନେଦରଲାଣ୍ଡ୍ସ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି। ଫଳରେ ଚଳିତ ବିଶ୍ୱକପ୍‌ରେ ନେଦରଲାଣ୍ଡ୍ସ ୩ ନମ୍ବରରେ ରହି ନିଜ ଅଭିଯାନ ଶେଷ କରିଛି। ପ୍ରଥମ କ୍ବାର୍ଟରର ୧୨ ମିନିଟରେ ଏକ ପେନାଲ୍ଟିରେ ଅଷ୍ଟ୍ରେଲିଆ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଦ୍ବିତୀୟ କ୍ବାର୍ଟରରେ କେଣସି ଗୋଲ ହୋଇପାରି ନ ଥିଲା। ତେବେ ୩ୟ କ୍ବାର୍ଟରେ ନେଦରଲାଣ୍ଡ୍ସ ଲଗାତାର ୩ଟି ଗୋଲ ଦେଇ ୩-୧ରେ ଅଗ୍ରଣୀ ହାସଲ କରିଥିଲା। ଶେଷ କ୍ବାର୍ଟରରେ କୌଣସି ଗୋଲ୍‌ ନ ହେବାରୁ ନେଦରଲାଣ୍ଡ୍ସ ବିଜୟ ହାସଲ କରିଥିଲା।
ସୂଚନାଯୋଗ୍ୟ,ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ୩-୪ ଗୋଲରେ ଜର୍ମାନୀ ନିକଟରୁ ହାରି ଯାଇଥିବାବେଳେ ବେଲଜିୟମଠାରୁ ଶୁଟ୍‌ଆଉଟରେ ହାରି ଯାଇଥିଲା ନେଦରଲାଣ୍ଡ୍ସ । ଫଳରେ ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

Share