୫ ଦିନ ହେଲା ନାହିଁ ନେଟୱାର୍କ, ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଲୋକେ

ଦାରିଙ୍ଗବାଡି, ୨୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି । ଏକ ମାତ୍ର ଭରସା ବିଏସଏନଏଲ ନେଟୱାର୍କ ଅଚଳ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏହାକୁ ମରାମତି ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତ। ଫଳରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ଏକାଧିକ ସ୍ଥାନରେ ପାଣି ଯୋଗାଣ ପାଇଁ ପାଇପ ବିଛାଇବା କାର୍ଯ୍ୟ ଚାଲିଛି। ଏଥିପାଇଁ ଜେସିବି ମାଧ୍ୟମରେ ଖୋଳାଯାଇ ପାଇପ ବିଛାଯାଉଛି ତେବେ ପୁଇଗୁଡ଼ା ଘାଟିରେ ବିଏସଏନଏଲ ବିଭାଗର ଓଏଫସି (ଅଫଟିକ ଫାଇବାର କେବୁଲ )ଗୁଡିକ କଟିଯିବାରୁ ଗଦାପୁରକୁ ବିଏସଏନଏଲ ସଂଯୋଗ ବିଛିନ୍ନ ହୋଇଯାଇଛି। ରବିବାର ଅପରାହ୍ନରେ ଅଞ୍ଚଳବାସୀ ଏକତ୍ରିତ ହୋଇ ପାଇପ ବିଛାଯାଉଥିବା କାର୍ଯ୍ୟସ୍ଥଳକୁ ଆସି କେବୁଲ କାଟିଦେଇଥିବା ଜେସିବି କାର୍ଯ୍ୟ ବନ୍ଦ କରିଛନ୍ତି ।ଏହି ସମୟରେ ଚାପା ଉତ୍ତେଜନା ଦେଖାଯାଇଥିଲା। ଅଞ୍ଚଳର ସଞ୍ଜୀବ ଦେଓଙ୍କ ସମେତ ଦମନିକ ଉଠାଣ ସିଂ,ସୁରେଶ କୁମାର ସାହୁ,ସୀମାଦ୍ରୀ ଦେଓ,ଭୀମମସେନ ମଣ୍ଡଳ, ମହେଶ୍ୱର ପାତ୍ର,ଶିବରାମ ସେଠିଙ୍କ ସମେତ ବହୁ ଉପଭୋକ୍ତା ଉପସ୍ଥିତ ଥିଲେ । ଖବର ଲେଖିବା ସୁଦ୍ଧା କେହି ପ୍ରଶାସନ କିମ୍ବା ବିଏସଏନଏଲର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି। ସେମାନଙ୍କ ଅଭିଯୋଗ ଯେ ଗତ ୫ ଦିନ ହେଲା ମୋ ସେବାକେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର ଗୁଡିକରେ କାର୍ଯ୍ୟବନ୍ଦ ହୋଇଯାଇଛି । ବିଶେଷ କରି ସୁଭଦ୍ରା ଯୋଜନାରେ ମହିଳାମାନେ ଆବେଦନ କରିପାରୁନଥିବା ବେଳେ ଆଧାର ସଂଶୋଧନ, ବ୍ୟାଙ୍କରୁ ଟଙ୍କା ନେଣ ଦେଣରେ ବାଧାସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

ନଦୀ ପାର୍‌ ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri