ପର୍ଯ୍ୟଟକଙ୍କ ନୂଆ ଠିକଣା ବିଚିତ୍ରପୁର-ଖଡ଼ିବିଲ ଇକୋ ଟୁରିଜମ୍‌

ଭୋଗରାଇ, ୨୫ା୧୨(ପ୍ରଦୀପ ଦାସ): ବଙ୍ଗୋପସାଗର କୂଳରେ ଅବସ୍ଥିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର-ଖଡ଼ିବିଲ ଇକୋ ଟୁରିଜମ୍‌ ଏବେ ପର୍ଯ୍ୟଟକଙ୍କ ଲାଗି ନୂଆ ଠିକଣା ପାଲଟିଛି। ସୁବର୍ଣ୍ଣରେଖା ସମୁଦ୍ର ମୁହାଣ ପୂର୍ବସୀମାନ୍ତ ତାଳସାରୀ ପର୍ଯ୍ୟନ୍ତ ୮ କି. ମି. ଲମ୍ବ ଓ ୫ କି. ମି. ପରିଧି ମଧ୍ୟରେ ବେଳାଭୂମିର ପ୍ରାକୃତିକ ଶୋଭା ମଧ୍ୟରେ ରହିଛି ୪ଟି ସୁନ୍ଦର ବନାନୀ ଦ୍ୱୀପପୁଞ୍ଜ। ଏଠାରେ ସମୁଦ୍ରର ପୂର୍ବ ଆକାଶର ସୂର୍ଯ୍ୟୋଦୟ ଓ ପଶ୍ଚିମ ଦିଗ୍‌ବଳୟରେ ସୂର୍ଯ୍ୟାସ୍ତର ରକ୍ତିମ ଆଭାର ଅପୂର୍ବ ଦୃଶ୍ୟ, ନାଲି କଙ୍କଡ଼ାର ଲୁଚକାଳି ଖେଳ, ପୁନେଇଁ ରାତି ନୀଳସାଗର ଚନ୍ଦ୍ରମାର ପ୍ରତିଛବି, ଅଲିଭ ରିଡ୍‌ଲେ କଇଁଛର ଅଣ୍ଡାଦାନ ଓ ଡଲ୍‌ଫିନ୍‌ର ଜଳକ୍ରୀଡା ପର୍ଯ୍ୟଟକଙ୍କ ମନ ମୋହିଥାଏ।
୨୦୦୮-୦୯ରେ ଜଙ୍ଗଲ ବିଭାଗ ପକ୍ଷରୁ ୫୦ ଏକର ଜାଗାରେ ବନୀକରଣ କରାଯାଇ ବିଭିନ୍ନ ପ୍ରଜାତିର ଗଛଲତା ସୃଷ୍ଟି କରାଯାଇଛି। ଉକ୍ତ ଜଙ୍ଗଲରେ ୭୦ ପ୍ରତିଶତ ବନି, ୯୦ପ୍ରତିଶତ କାଳିଆଚୁଆ, ୪୫ପ୍ରତିଶତ ଗରଣୀ, ୧୦୦ପ୍ରତିଶତ ଗୁଆଁ, ୧୦୦ ପ୍ରତିଶତ ହଡକଚ ଆଦି ବିରଳ ପ୍ରଜାତିର ଗଛ ରହିଥିବା ବେଳେ ୩ରୁ ୪ଗୁଣ ବିଭିନ୍ନ ପ୍ରଜାତିର ଅନ୍ୟାନ୍ୟ ଗଛ ପ୍ରକୃତି କୋଳରେ ସୃଷ୍ଟି ହୋଇଛି। ଏହାରି ବକ୍ଷରେ ରହିଛନ୍ତି ବିଭିନ୍ନ ଜୀବଜନ୍ତୁ ଓ ବିଭିନ୍ନ ପ୍ରଜାତିର ପକ୍ଷୀ। ଏତଦ୍‌ଭିନ୍ନ ଶୀତଋତୁରେ ଦେଶ ବିଦେଶର ପକ୍ଷୀଙ୍କ କାକଳି ପର୍ଯ୍ୟଟକଙ୍କ ମନମୁଗ୍ଧ କରିଆସୁଥିବା ବେଳେ ୫ହଜାରରୁ ଊର୍ଦ୍ଧ୍ୱ ଗେଣ୍ଡାଳିଆ ଏଠାରେ ଦୀର୍ଘବର୍ଷ ଧରି ବସାବାନ୍ଧି ରହିଛନ୍ତି। ଏହାଛଡା ହଂସ, ଦାବେଣ୍ଟିଆ, ସାରସ, ଧଳା ଓ କଳା ରଙ୍ଗର ବଗ ଦୃଷ୍ଟିଗୋଚର ହୋଇଥାଏ। ଏହି ଦ୍ୱୀପପୁଞ୍ଜଗୁଡିକୁ ଆକର୍ଷଣୀୟ କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ୨୦୧୩ ମସିହାରେ ଖଡ଼ିବିଲ ଓ ବିଚିତ୍ରପୁରଠାରେ ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ୪୦ଲକ୍ଷ ଟଙ୍କା ବ୍ୟୟରେ ଇକୋ ଟୁରିଜମ୍‌ କରାଯାଇଛି। ପର୍ଯ୍ୟଟକଙ୍କ ଦ୍ୱୀପରେ ଭ୍ରମଣ ନିମନ୍ତେ ୪ଟି ଯନ୍ତ୍ରଚାଳିତ ବୋଟ୍‌ ଓ ଜେଟିର ବ୍ୟବସ୍ଥା କରାଯାଇଛି। ସୌନ୍ଦର୍ଯ୍ୟର ଭିନ୍ନ ଉପତ୍ୟକା କୁହାଯାଉଥିବା ଇକୋ ଟୁରିଜମର ଦକ୍ଷିଣ ପୂର୍ବରେ ସୁବର୍ଣ୍ଣପୁର ଝାଉଁ ଜଙ୍ଗଲ ଏବେ ସମୁଦ୍ର ଗର୍ଭରେ ବିଲୀନ ହେବାକୁ ଯାଉଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଲୁଣିଜଙ୍ଗଲ ସୃଷ୍ଟି ଓ ପାଚେରି ନିମନ୍ତେ ଉଦ୍ୟମ ଜାରି ରହିଛି। ଇକୋ ଟୁରିଜମ୍‌ର ବିକାଶ ନିମନ୍ତେ ୯୯ଲକ୍ଷ ଟଙ୍କା ବ୍ୟୟରେ ଗଢିଉଠିଥିବା ୮ଟି ବିଳାସପୂର୍ଣ୍ଣ କଟେଜ୍‌ ପର୍ଯ୍ୟଟକଙ୍କ ରହଣି ସୁବିଧା ରହିଥିବା ବେଳେ ନୂତନ ଭାବେ ଚିଲଡ୍ରେନ ପାର୍କ, ପକ୍କା ସଡକ, ବିଶୁଦ୍ଧ ପାନୀୟ ଜଳ, ଉଜ୍ଜଳ ଆଲୋକ ବ୍ୟବସ୍ଥା କରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ପର୍ଯ୍ୟଟନ ବିଭାଗକୁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ପ୍ରେରଣ କରାଯାଇଥିବା ଜଳେଶ୍ୱର ବନାଧିକାରିଣୀ ଜୟଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି। ଉଦୟପୁରଠାରୁ କୀର୍ତ୍ତନିଆ ପର୍ଯ୍ୟନ୍ତ ବନସୁରକ୍ଷା ନିମନ୍ତେ ବନପାଳ ପରମାନନ୍ଦ ନାୟକ ଓ ବନରକ୍ଷୀ ସଞ୍ଜୟ ମହାନ୍ତିଙ୍କ ସମେତ ୪ଜଣ ସବୁଜ ବାହିନୀ ରହିଛନ୍ତି। ଇକୋ ଟୁରିଜମର ବିକାଶ ହେଲେ ପର୍ଯ୍ୟଟକଙ୍କ ଭିଡ଼ ଲାଗିବା ସହିତ ରାଜ୍ୟ ସରକାରଙ୍କ ରାଜସ୍ବ ଆଦାୟ ଉତ୍ସାହଜନକ ହେବ ଏବଂ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଉନ୍ନତି ହେବ ବୋଲି ବେଳାଭୂମି ଇକୋ ଟୁରିଜମ ବିକାଶ ପରିଷଦ ସଭାପତି ଶମ୍ଭୁନାଥ ଜେନା ଓ ପ୍ରକୃତି ନିବାସର ସଭାପତି ବଳରାମ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ...

ଭୁବନେଶ୍ୱରରରେ ଲାଗିବ ଆଇପି କ୍ୟାମେରା

ଭୁବନେଶ୍ୱର,୨୭ା୧୦(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଲୁଟେରାମାନେ ଲୋକଙ୍କ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଉଛନ୍ତି। ଅତ୍ୟାଧୁନିକ କ୍ୟାମେରା ବ୍ୟବସ୍ଥା ନ...

ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ...

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ

ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ...

ଗଣମାଧ୍ୟମରେ ଏଆଇ ବ୍ୟବହାରର ତର୍ଜମା ହେଉ: ଏନ୍‌. ରାମ

ଭୁବନେଶ୍ୱର,୨୭ା୧୦(ଅନିଲ ଦାସ): ମିଡିଆ ସଂସ୍ଥାଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାରର ତର୍ଜମା କରନ୍ତୁ ବୋଲି ‘ଦି ହିନ୍ଦୁ’ର ପୂର୍ବତନ ଏଡିଟର୍‌-ଇନ୍‌-ଚିଫ୍‌ ଏନ୍‌.ରାମ କହିଛନ୍ତି। ଶନିବାର ପ୍ରେସ୍‌...

ବନ୍ୟା ସ୍ଥିତି: ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ ହୋଇଥିବା...

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ…

ଭୁବନେଶ୍ୱର,୨୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri