Categories: ଜାତୀୟ

ନିଧି ଛିବ୍ବର ନୂଆ ସିବିଏସ୍‌ଇ ମୁଖ୍ୟ

ନୂଆଦିଲ୍ଲୀ,୧୪।୫: ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଧି ଛିବ୍ବରଙ୍କୁ ଶୁକ୍ରବାର ସିବିଏସ୍‌ଇ (କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ)ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ନିଧି ହେଉଛନ୍ତି ୧୯୯୪ର ଭାରତୀୟ ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛତିଶଗଡ କ୍ୟାଡର। ସିବିଏସ୍‌ଇ ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଭାରି ଶିଳ୍ପ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ।

Share