Categories: ବାଣିଜ୍ୟ

ବଜାରରେ କିଆ ଇଣ୍ଡିଆର ଦି ନ୍ୟୁ ସେଲ୍‌ଟସ୍‌

ଭୁବନେଶ୍ୱର,୧୫।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମିଡ ସାଇଜ ଏସୟୁଭି ‘ଦି ନ୍ୟୁ କିଆ ସେଲଟସ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସେଣ୍ଟ୍ରାଲ କିଆ ଭୁବନେଶ୍ୱର ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଆଞ୍ଚଳିକ ପ୍ରବନ୍ଧକ ରାଜେନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସେଣ୍ଟ୍ରାଲ କିଆର ଜିଏମ ପ୍ରଶାନ୍ତ ବେହେରାଙ୍କ ଶୋରୁମର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ଦି ନ୍ୟୁ କିଆ ସେଲଟସ୍‌ରେ ଅନେକଗୁଡିଏ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ବର୍ତ୍ତମାନର ଫିଚର ଏବଂ ସୁବିଧା ଉପଲବ୍ଧ ରହିଛି। ସେହିଭଳି ଉକ୍ତ ମଡେଲ ନୂଆ ରୂପରେ ଉନ୍ମୋଚିତ ସହ ବଜାର ପ୍ରବେଶ ହୋଇଥିବାବେଳେ ଏକ ଆକର୍ଷଣୀୟ ଡିଜାଇନ ଏବଂ ଉନ୍ନତ ବୈଶିଷ୍ଟ୍ୟରେ ସୁସଜ୍ଜିତ ରହିଛି। ଉଲ୍ଲେଖଯୋଗ୍ୟ, ଦି ନ୍ୟୁ ସେଲଟସ୍‌ ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ ହେଉଥିବାବେଳେ ଅନେକଗୁଡିଏ ଅ୍‌ୟାଧୁନିକ ବୈଶିଷ୍ଟ ସାମିଲ ରହିଛି। ସେହିଭଳି ୮ଟି ମୋନଟୋନ କଲର ସହ ୨ଟି ଡୁଆଲ କଲର ଏବଂମ୍ୟାଟେ ଫିନିସ କଲରରେ ଉପଲବ୍ଧ। ସୂଚନାଯୋଗ୍ୟ,୨୦୨୩ ଜୁଲାଇ ୧୪ରୁ ଦି ନ୍ୟୁ କିଆ ସେଲଟସ୍‌ର ସର୍ବଭାରତୀୟ ବୁକିଂ ଆରମ୍ଭ ହୋଇଥିବାବେଳେ ଏହାର ଗ୍ରାହକମାନେ ଉଭୟ ଅନଲାଇନ ଏବଂ ଅଫଲାଇନ ଜରିଆରେ ମଧ୍ୟ ଉକ୍ତ ମଡେଲବୁକ୍‌ିଂ କରିପାରିବେ। ଏପରିକି ଗ୍ରାହକମାନେ ଉଭୟ କିଆର ଅଫିସିଆଲ ଓ୍ବେବସାଇଟ ଏବଂ ସ୍ବୀକୃତିପ୍ରାପ୍ତ ଡିଲରପଏଣ୍ଟଗୁଡିକରେ ମଧ୍ୟ ବୁକିଂ କରିପାରିବେ ବୋଲି କିଆ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

Share