୧୦ ନୁହେଁ ଏହି ଦିନ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୬: ଓଡ଼ିଶାରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ତେବେ ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ୧୨ ତାରିଖରେ ଶପଥ ନେବେ। ୧୦ ପରିବର୍ତ୍ତେ ୧୨ ତାରିଖରେ ଶପଥ ନେବା ନେଇ ସୂଚନା ମିଳିଛି। ପୂର୍ବରୁ ସୂଚନା ମିଳିଥିଲା କି ୧୦ ତାରିଖରେ ବିଧାୟକ ଦଳ ବୈଠକ ହେବ। ଆଉ ସେଠାରେ ହିଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। ସେହି ୧୦ ତାରିଖ ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ତେବେ ଶପଥ ଗ୍ରହଣ ସମାରୋହକୁ ନେଇ ଭାଜପା ପକ୍ଷରୁ ପ୍ରସ୍ତୁତି ଚାଲିଛି। ଶପଥ ସମାରୋହରେ ୪୦ରୁ ୫୦ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।

Share