ଏହି ଅଭିନେତ୍ରୀ ଘରକୁ ଖୁବ୍‌ଶୀଘ୍ର ଆସିବେ ନୂଆ ଅତିଥି

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଘରକୁ ଖୁବ୍‌ଶୀଘ୍ର ନୂଆ ଅତିଥିତ୍ ଆସିବେ। ସୁସ୍ମିତା ଭାଉଜ ଚାରୁ ସେନ୍‌ ଖୁବ୍‌ଶୀଘ୍ର ପ୍ରଥମ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏଥିପାଇଁ ପୂରା ପରିବାର ବେଶ୍‌ ଖୁସି ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଚାରୁ କହିଛନ୍ତି ମୋ ସନ୍ତାନ ପୂରା ମୋ ନଣନ୍ଦ ସୁସ୍ମିତାଙ୍କ ପରି ହେଉ, ମୁଁ ଏତିକି ଚାହେଁ। କାରଣ ସୁସ୍ମିତା ବେଶ୍‌ ଖୁସି ମିଜାରର, ତାଙ୍କ ଭଳି ସନ୍ତାନ ହେଲେ ମୁଁ ବହୁତ ଖୁସି ହେବି। ଏବେ ସେ ଶିଶୁର ଆଗମନକୁ ଉତ୍ସାହର ସହିତ ଅପେକ୍ଷା କରିଥିବା କହିଛନ୍ତି। ସେହିପରି ସୁସ୍ମିତା ଭାଇ ରାଜୀବ ସେନ୍‌ ଏବଂ ଚାରୁଙ୍କୁ ଶୁଭେଚ୍ଛା ଜଣାଇ କହିଚନ୍ତି, ଚାରୁ ଜଣେ ଭଲ ମା’ ହୋଇପାରିବେ।
ଚାରୁ ମଧ୍ୟ ଜଣେ ଅଭିନେତ୍ରୀ। ସେ ଧାରାବାହିକ ‘ମେରେ ଆଙ୍ଗନେ ମେ’ରେ କାର୍ଯ୍ୟ କରିଛନ୍ତି। ସେ ଏବେ ରାଜସ୍ଥାନର ବିକାନେରରେ ଥିବା ତାଙ୍କ ଘରେ ଅଛନ୍ତି।

Share