ଭୁବନେଶ୍ୱର,୪।୬(ବ୍ୟୁରୋ): ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନୂଆ ମନ୍ତ୍ରୀମାନେ ରବିବାର ପୂର୍ବାହ୍ନ ୧୧ଟା ୪୫ ମିନିଟ୍ରେ ଶପଥ ନେବେ। ଏଥିଲାଗି ରାଜଭବନ କପ୍ଭେନ୍ସନ ହଲ୍କୁ ପ୍ରସ୍ତୁତ କରାଯାଉଛି। ତେବେ ନୂଆ ମନ୍ତ୍ରୀଙ୍କ ନାମକୁ ନେଇ କଳ୍ପନାଜଳ୍ପନା ବଢ଼ୁଥିବା ବେଳେ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ଫୋନ୍ କଲ୍ ଯାଉଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ମନ୍ତ୍ରୀଙ୍କୁ ତୁରନ୍ତ ନିଜର ଇସ୍ତଫାପତ୍ର ପଠାଇବାକୁ ଶନିବାର ସକାଳେ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ମନ୍ତ୍ରୀମାନେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ସାରିଛନ୍ତି। ତେବେ ପ୍ରଥମ ଥର ଲାଗି ନବୀନଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାରୁ ଏନେଇ ଆଲୋଚନା ବଢ଼ିବାରେ ଲାଗିଛି।