ମୁଣ୍ଡିଆ ମାରି ବିଧାନସଭାରେ ପ୍ରବେଶ କଲେ ନୂଆ ବିଧାୟକ

ଭୁବନେଶ୍ୱର,୧୮।୬: ଓଡିଶାରେ ଭାଜପା ସରକାର ଗଠନ ହେବା ପରେ ମଙ୍ଗଳବାରଠାରୁ ବିଧାନସଭାରେ ୩ ଦିନିଆ ଅଧିବେଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଅନେକ ବିଧାୟକ ମଙ୍ଗଳବାର ବିଧାନସଭାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ନୂଆ ବିଧାୟକମାନେ ବିଧାନସଭା ଦ୍ୱାରରେ ମୁଣ୍ଡିଆ ମାରି ପ୍ରବେଶ କରୁଥିବା ଦେଖାଯାଇଛି।
୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ମଙ୍ଗଳବାର ଏବଂ ବୁଧବାର ଶପଥ ଗ୍ରହଣ କରିବେ। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଇବେ। ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବା ପରେ ଯାଇ ଅନ୍ୟ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଶପଥ ନେଇପାରିବେ। ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ୧୦ଟାରୁ ୫ଟା ଭିତରେ ସମସ୍ତ ବିଧାୟକ ଶପଥ ଗ୍ରହଣ କରିବେ। ତେଣୁ ଏଥିଲାଗି ବିଧାନସଭା ଭିତରେ ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ନିର୍ବାଚିତ ବିଧାୟକ ପ୍ରାର୍ଥୀମାନେ ଏହି ଶପଥ ପାଠ କରିସାରିଲେ ହିଁ ବିଧାନସଭାର ସମସ୍ତ କାର୍ଯ୍ୟରେ ସାମିଲ ହୋଇପାରିବେ। ଯେପରି ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାଚସ୍ପତି ନିର୍ବାଚନ, ସେଥିରେ ମଧ୍ୟ ଶପଥ ନେଇସାରିବା ପରେ ବିଧାୟକମାନେ ଭାଗ ନେଇପାରିବେ। ଯେଉଁମାନେ ଏହି ଦୁଇ ଦିନରେ କୌଣସି କାରଣବଶତଃ ଶପଥ ନ ନେଲେ ସେମାନେ ବାଚସ୍ପତି ନିର୍ବାଚନରେ ଭୋଟ୍‌ ଦେଇପାରିବେ ନାହିଁ। ନୂଆ ବାଚସ୍ପତି ଆସିବା ପରେ ତାଙ୍କ ଚାମ୍ବରରେ ଯାଇ ଶପଥ ନେବେ।
ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ୨୦ରେ ବାଚସ୍ପତି ପଦ ଲାଗି ଭୋଟିଂ ହେବାକୁ ଥିବାବେଳେ କେତେଜଣ ଏଥିଲାଗି ନାମାଙ୍କନ ଦାଖଲ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିରୋଧୀ ପ୍ରାୟତଃ ବାଚସ୍ପତି ନିର୍ବାଚନ ଲାଗି ନିଜର ପ୍ରାର୍ଥୀ ଦେଇ ନ ପାରନ୍ତି। ଅନ୍ୟପଟେ ଭାଜପାରୁ କାହାକୁ ବାଚସ୍ପତି ପଦ ଲାଗି ପ୍ରାର୍ଥୀ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନୂଆ ବାଚସ୍ପତି ନିର୍ବାଚନ ପରିଚାଳନା ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ଆରମ୍ଭ ହେଲା ଟାରିଫ୍‌ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍‌ ଲଗାଇଲା ଆମେରିକା

ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍‌କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ଜାଣନ୍ତୁ କିଛି ରୋଚକ କଥା

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

ଓ୍ବକଫ୍‌ ବିଲ୍‌କୁ ନେଇ ମୁହଁ ଖୋଲିଲେ ମୋଦି, କହିଦେଲେ ଭିତିରି କଥା!

ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ବକଫ ବୋର୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ନେଇ ସେ କହିଛନ୍ତି ଓ୍ବକଫ...

ଓଡିଶାର ପ୍ରମୁଖ ଶକ୍ତିପୀଠକୁ ନେଇ ହେବ ଶକ୍ତି କରିଡର: ଉପମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୮ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ସରିଛି। ଶେଷ ପାଳିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image