Categories: ବାଣିଜ୍ୟ

ବଜାରରେ ଜେଲିଓର ନୂତନ ମଡେଲ

ଭୁବନେଶ୍ୱର,୧୯।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇ-ବାଇକ ନିର୍ମାତା (କମ୍ପାନୀ) ‘ଜେଲିଓ’ର ନୂତନ ମଡେଲ ‘ଅଲ ନ୍ୟୁ ମିଷ୍ଟ୍ରି’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ହାଇସ୍ପିଡ ତଥା ସର୍ବାଧିକ ମାଇଲେଜ ବିଶିଷ୍ଟ ‘ଇ-ବାଇକ ମିଷ୍ଟ୍ରି’ର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଉତ୍କଳ ଇଭି ପକ୍ଷରୁ ଭୁବନେଶ୍ୱରର ଏକ ତାରକା ହୋଟେଲଠାରେ ଏହାର ଅନାବରଣ ଉତ୍ସବ ଓ ଡିଲର୍ସ ସମ୍ମିଳନୀ (ଲଞ୍ଚିଂ ଆଣ୍ଡ ଡିଲର୍ସ ମିଟ୍‌) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜେଲିଓର ମୁଖ୍ୟ କୁନାଲ ଆର୍ଯ୍ୟ, ମାର୍କେଟିଙ୍ଗ ହେଡ ଜିତେନ୍ଦ୍ର ମଲ୍ଲିକ ଏବଂ ଜିତେନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ଉକ୍ତ ମଡେଲକୁ ଓଡ଼ିଶା ବଜାରରେ ପ୍ରବେଶ କରାଇଥିଲେ।
ଏ ସମ୍ପର୍କରେ ଜେଲିଓର ମୁଖ୍ୟ କୁନାଲ ଆର୍ଯ୍ୟ କହିଥିଲେ, ଆମେ ଆମର ନୂତନ ମଡେଲ ”ଅଲ ନ୍ୟୁ ମିଷ୍ଟ୍ରି’ର ଅନାବରଣ ସହ ଓଡିଶା ବଜାର ପ୍ରବେଶ କରାଇ ବେଶ ଉତ୍ସାହିତ ଅଛୁ। ଏପରିକି ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ସେହିଭଳି ଜେଲିଓର ସମସ୍ତ ମଡେଲ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଉଛି। ଏପରିକି ଏହା ସମସ୍ତ ବର୍ଗର ପରିବାର ପାଇଁ ଏକ ଭଲ ଉପକରଣ ହୋଇପାରିବ। ଦେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆମେ ସମସ୍ତେ ଇ-ବାଇକ ବ୍ୟବହାର କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ସେହିପରି ଡିଲର ସମ୍ମିଳନୀରେ ଯୋଗ ଦେଇ କମ୍ପାନୀର ମୁଖ୍ୟ ଜେଲିଓର ନିର୍ମାଣ ଶୈଳୀ, ଶକ୍ତି,କ୍ଷମତା ଓ ବିଭିନ୍ନ ପ୍ରକାରର ଫିଚର ସହିତ ବ୍ୟାଟେରୀ ଓ ବଜାର ମୂଲ୍ୟ ସମ୍ବଦ୍ଧରେ ବିସ୍ତୃତ ଭାବେ ବୁଝାଇଥିଲେ। ପରିଶେଷର ଜିତେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Share