ନୂଆଦିଲ୍ଲୀ,୧୭।୯: ଦେଶର ନୂଆ ପାର୍ଲାମେଣ୍ଟ ବିଲ୍ଡିଂକୁ ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ନିର୍ମାଣ କରିବ। ଏଥିଲାଗି କମ୍ପାନୀ ବୁଧବାର ୮୬୧.୯୦ କୋଟି ଟଙ୍କାର ବିଡ୍ ହାସଲ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଲାଗି ଏଲ୍ ଆଣ୍ଡ ଟି ଲିମିଟେଡ ୮୬୫ କୋଟି ଟଙ୍କା ବିଡ୍ ଦାଖଲ କରିଥିବା ବେଳେ ଟାଟା ପ୍ରୋଜେକ୍ଟସ ଲିମିଟେଡ୍କୁ ଚୂଡାନ୍ତ କଣ୍ଟ୍ରାକ୍ଟ ମିଳିଛି। ବର୍ତ୍ତମାନର ପାର୍ଲାମେଣ୍ଟ ବିଲ୍ଡିଂ ନିକଟରେ ନୂଆ ପ୍ରକଳ୍ପ ସ୍ଥାପନ କରାଯିବା ଯୋଜନା ରହିଛି। ସେଣ୍ଟ୍ରାଲ ଭିଷ୍ଟା ଡେଭଲପମେଣ୍ଟ ପ୍ରକଳ୍ପ ଅଧୀନରେ ପ୍ରସ୍ତାବିତ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ପ୍ରକଳ୍ପ କାର୍ଯ୍ୟ ୨୧ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେଣ୍ଟ୍ରାଲ ପବ୍ଲିକ ଓ୍ବାର୍କସ ଡିପାର୍ଟମେଣ୍ଟ(ସିପିଡବ୍ଲ୍ୟୁଡି) ସୂଚନା ମୁତାବକ, ୧୧୮ ପାର୍ଲାମେଣ୍ଟ ହାଉସ ଇଷ୍ଟେଟରେ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଚାଲୁ ରହିବା ସମୟରେ ବର୍ତ୍ତମାନର ପାର୍ଲାମେଣ୍ଟ ବିଲ୍ଡିଂ କାର୍ଯ୍ୟ କରିବ ବୋଲି ସୂଚନା ରହିଛି।