ଫୋନ୍‌ପେର ନୂତନ ପ୍ଲାଟ୍‌ଫର୍ମ ଉନ୍ମୋଚିତ

ଭୁବନେଶ୍ୱର,୨୫।୬: ଫୋନ୍‌ପେର ନୂତନ ପ୍ଲାଟ୍‌ଫର୍ମ ‘ଫୋନ୍‌ପେ ବିଜ୍‌ନେ୍‌ସ ଆପ୍‌’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏହା ଜରିଆରେ ଫୋନ୍‌ପେ ବ୍ୟବସାୟୀମାନଙ୍କୁ ଋଣ ଦେବା ସହିତ ଅନ୍ୟାନ୍ୟ ସୁବିଧା ଏବଂ ସେବା ମଧ୍ୟ ଉପଭୋକ୍ତାମାନଙ୍କୁ ଯୋଗାଇଦେବ। ଏପରିକି ଉକ୍ତ ପ୍ଲାଟ୍‌ଫର୍ମର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ବ୍ରାଣ୍ଡ୍‌ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏଥିରେ ୩୫ ନିୟୁତରୁ ଅଧିକ ବ୍ୟବସାୟୀଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ବାଧାମୁକ୍ତ ଉପାୟରେ ବ୍ରାଣ୍ଡ୍‌ ଋଣ ପ୍ରଦାନ କରିବା ଲାଗି ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସି (ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ କମ୍ପାନୀ)ଗୁଡିକୁ ଅନୁମତି ଦିଆଯାଇଛି। ସେହିଭଳି ବର୍ତ୍ତମାନ ସମୟରେ ଦେଶର ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡିକ ସଙ୍ଗଠିତ ଋଣ ପାଇବାକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହା ସେମାନଙ୍କର ଅଭିବୃଦ୍ଧିରେ ବାଧା ସୃଷ୍ଟି କରିଛି ଏବଂ ସେମାନଙ୍କ ସାମର୍ଥ୍ୟ ବିକାଶରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି। ଏଭଳି କିଛି ଆବଶ୍ୟକତାକୁ ହୃଦୟଙ୍ଗମ କରି ଫୋନ୍‌ପେ ତା’ର ଫୋନ୍‌ପେ ବିଜ୍‌ନେସ୍‌ ଆପ୍‌ ଜରିଆରେ ବ୍ୟବସାୟୀମାନଙ୍କ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ବାଧାମୁକ୍ତ ଋଣ ପ୍ଲାଟ୍‌ଫର୍ମ ଡିଜାଇନ କରିଛି, ଯେଉଁଠାରେ ଋଣଦାତାଙ୍କ ଦ୍ୱାରା ଋଣ ଅନୁମୋଦନ କେବଳ କିଛି ମିନିଟ୍‌ ମଧ୍ୟରେ ହୋଇଯିବ। ଏପରିକି ଫୋନ୍‌ପେ ତା’ର ଦୃଢ଼ ବିତରଣ ନେଟ୍‌ୱର୍କ ଏବଂ ଉନ୍ନତମାନର ବୈଷୟିକ କ୍ଷମତାର ବ୍ୟବହାର କରିଥିବାବେଳେ ଋଣପ୍ରଦାନକାରୀ ସହଯୋଗୀମାନେ ଅଣ୍ଡରରାଇଟିଂ , ବଣ୍ଟନ ଏବଂ ସଂଗ୍ରହ କ୍ଷେତ୍ରରେ ସେମାନଙ୍କ ପାରଦର୍ଶିତା ଆଣିଛନ୍ତି।

Share