ସୋମବାରଠାରୁ କଟକରେ ଲାଗୁ ହେବ ଏହି ନୂଆ ନିୟମ

କଟକ ଅଫିସ,୩୦।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ କଟକଣା କରୁଥିବା ବେଳେ ସୋମବାରଠାରୁ କଟକରେ ନୂଆ ନିୟମ ଲାଗୁ ହେବ। ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ ଏହି ନିୟମ ଲାଗୁ କରାଯିବ। କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଲୋଡିଂ-ଅନଲୋଡିଂ ଛାଡ଼ି ମାଲଗୋଦାମ, ଛତ୍ରବଜାରରେ କାରବାର ବନ୍ଦ ରହିବ। ଏ ନେଇ ବିଭିନ୍ନ ବଜାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସିଏମ୍‌ସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

Share