ତାଲିବାନ୍‌ର ନୂଆ ଆଇନ, ବୁର୍ଖା ନପିନ୍ଧିଲେ ପିତାଙ୍କୁ ଜେଲ୍‌…

କାବୁଲ,୭।୫ : ଆଫଗାନିସ୍ତାନରେ ତାଲିବାନ୍‌ ପକ୍ଷରୁ ନୂଆ ଆଇନ ଜାରି କରାଯାଇଛି। ତାଲିବାନ୍‌ କହିଛି ଯେ, ବିନା ବୁର୍ଖାରେ ମହିଳା ବାହାରକୁ ବାହାରିଲେ ସେମାନଙ୍କର ପିତାଙ୍କୁ ଜେଲ ଦଣ୍ଡାଦେଶ କରାଯିବ। ତାଲିବାନ୍‌ ମୁଖ୍ୟ ହେୟବ୍‌ତୁଲା ଅଖୁନ୍ଦଜାଦା ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି।

ମହିଳାଙ୍କୁ ମୁଣ୍ଡରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ବୁର୍ଖା ପିନ୍ଧିବାକୁ ପଡ଼ିବ। ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ମହିଳାଙ୍କ ପିତା ଅବା ଅନ୍ୟ ପୁରୁଷ ସମ୍ପର୍କୀୟଙ୍କୁ ଜେଲ ଦଣ୍ଡ ଭୋଗୀବାକୁ ପଡ଼ିବ ବୋଲି ଅଖୁନ୍ଦଜାଦା କହିଛନ୍ତି। ନୀଳ ରଙ୍ଗର ବୁର୍ଖାକୁ ସବୁଠାରୁ ସମ୍ମାନଜନକ ଭାବେ ନିର୍ଦ୍ଦେଶେୀ ଉଲ୍ଲେଖ କରାଯାଇଛି। ଫଳରେ ଏବେ ଆଫଗାନିସ୍ତାନରେ ନୀଳ ରଙ୍ଗ ବୁର୍ଖାର ଚାହିଦା ବଢ଼ିବାରେ ଲାଗିଛି।

Share