Categories: ଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଂ: ଶୀର୍ଷ ୫ ଅଲରାଉଣ୍ଡରରେ ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୨।୧: ଆଇସିସି ପକ୍ଷରୁ ବୁଧବାର ନୂତନ ଟେଷ୍ଟ ର଼୍ୟାଙ୍କିଂ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆର ୩ ଖେଳାଳି ଅଲରାଉଣ୍ଡର ର଼୍ୟାଙ୍କିଂରେ ଟପ୍‌-୫ରେ ପହଞ୍ଚିଥିବାବେଳେ ବୋଲର୍‌ ର଼୍ୟାଙ୍କିଂରେ ମଧ୍ୟ ଭାରତୀୟ ଖେଳାଳିମାନେ ଅଛନ୍ତି।

ଆଇସିସି ଅଲରାଉଣ୍ଡର ର଼୍ୟାଙ୍କିଂକୁ ଦେଖିଲେ ୩ ଭାରତୀୟ ଖେଳାଳି ଟପ -୫ ରେ ଅଛନ୍ତି। ରବିନ୍ଦ୍ର ଜାଡେଜା(ନମ୍ବର -୧ ଟେଷ୍ଟ ଅଲରାଉଣ୍ଡର), ରବିଚନ୍ଦ୍ରନ ଅଶ୍ୱିନ(ନମ୍ବର -୨)ରେ ଅଛନ୍ତି। ଏହି ତାଲିକାରେ ସର୍ବଶେଷ ଖେଳାଳି ଭାବେ ଅକ୍ଷର ପଟେଲ (ନମ୍ବର-୫)ରେ ପହଞ୍ଚିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ ଅକ୍ଷର ଭଲ ପ୍ରଦର୍ଶନ କରିଥିଲେ।

ଦିଲ୍ଲୀ ଟେଷ୍ଟ ପରେ ବୋଲରଙ୍କ ର଼୍ୟାଙ୍କିଙ୍ଗରେ ମଧ୍ୟ ପରିବର୍ତ୍ତନ ଆସିଛି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଆଉ ବିଶ୍ୱର ନମ୍ବର -୧ ଟେଷ୍ଟ ବୋଲର ନୁହନ୍ତି, ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍‌ ସ୍ଥାନ ପାଇଛନ୍ତି। ଟିମ ଇଣ୍ଡିଆର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଉପକୃତ ହୋଇଛନ୍ତି । ସେ ବର୍ତ୍ତମାନ ଟେଷ୍ଟ ର଼୍ୟାଙ୍କିଂରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଟେଷ୍ଟ ର଼୍ୟାଙ୍କିଂରେ ଟପ୍‌ -୧୦ ରେ ଭାରତୀୟ:
ବ୍ୟାଟିଂ
ଋଷଭ ପନ୍ତ – ନଂ ୬, ୭୮୧ ରେଟିଂ
ରୋହିତ ଶର୍ମା – ନଂ ୭, ୭୭୭ ରେଟିଂ

ବୋଲିଂ
ରବିଚନ୍ଦ୍ରନ ଅଶ୍ୱିନ – ନଂ ୨, ୮୬୪ ରେଟିଂ
ଜସପ୍ରୀତ ବୁମ୍‌ରା – ନଂ ୫, ୭୯୫ ରେଟିଂ
ରବିନ୍ଦ୍ର ଜାଡେଜା – ନଂ ୯, ୭୬୩ ରେଟିଂ
ଅଲ୍‌ରାଉଣ୍ଡର୍‌:
ରବିନ୍ଦ୍ର ଜାଡେଜା – ନଂ ୧, ୪୬୦ ରେଟିଂ
ରବିଚନ୍ଦ୍ରନ ଅଶ୍ୱିନ – ନଂ ୨, ୩୭୬ ରେଟିଂ
ଅକ୍ଷାର ପଟେଲ – ନଂ ୫, ୨୮୩ ରେଟିଂ

Share