Categories: ଜାତୀୟ

କୋଭିଡ୍‌ର ନୂଆ ଭାରିଆଣ୍ଟ ଜେଏନ୍‌.୧

ନୂଆଦିଲ୍ଲୀ,୮ା୧୧: କୋଭିଡ୍‌-୧୯ ଭୂତାଣୁର ସଦ୍ୟତମ ଭାରିଆଣ୍ଟ ‘ଜେଏନ୍‌.୧’ ଚିହ୍ନଟ ହୋଇଛି, ଯାହା ଅଧିକ ସଂକ୍ରାମକ ଏବଂ ଟିକାର ରୋଗ ପ୍ରତିରୋଧ ଶକ୍ତିକୁ ଅତିକ୍ରମ କରିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଜେଏନ୍‌.୧ ଭାରିଆଣ୍ଟ ଗତ ଅଗଷ୍ଟ ୨୩ରେ ପ୍ରଥମେ ଲକ୍ସମବର୍ଗରେ ଓ ପରେ ଇଂଲଣ୍ଡ, ଆଇସ୍‌ଲ୍ୟାଣ୍ଡ, ଫ୍ରାନ୍ସ ଏବଂ ଆମେରିକାରେ ଠାବ ହୋଇଛି। ଅନ୍ୟ ଭାରିଆଣ୍ଟ ତୁଳନାରେ ଏଥିରେ ଭିନ୍ନତାକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୋଭିଡ୍‌ର ଏଚ୍‌ଭି.୧ ଭାରିଆଣ୍ଟରେ ଏକ୍ସବିବି.୧.୫ ଭାରିଆଣ୍ଟ ତୁଳନାରେ ୧୦ ଅତିରିକ୍ତ ମ୍ୟୁଟେଶନ ଥିବାବେଳେ ଜେଏନ୍‌.୧ରେ ୪୧ ଅତିରିକ୍ତ ଅନନ୍ୟ ମ୍ୟୁଟେଶନ ରହିଛି। ଏହାର ସ୍ପାଇକ୍‌ ପ୍ରୋଟିନ୍‌ରେ ଭିନ୍ନତା ଥିବାରୁ ସଂକ୍ରମଣ ବଢ଼ାଇବା ସହ ଇମ୍ୟୁନିଟିକୁ ପ୍ରତିହତ କରିବ, ଅର୍ଥାତ୍‌ ବର୍ତ୍ତମାନ ଉପଲବ୍ଧ ଥିବା କୋଭିଡ୍‌ ଟିକା ଜେଏନ୍‌.୧ କ୍ଷେତ୍ରରେ କାମ କରିବ ନାହିଁ ବୋଲି କୁହାଯାଉଛି।

Share