ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା: ନାମ ଯୋଡ଼ିବା, କାଟିବା, ସଂଶୋଧନ ପାଇଁ କରନ୍ତୁ ଏଭଳି

ଭୁବନେଶ୍ୱର,୪।୧୨(ବ୍ୟୁରୋ): ୨୦୨୧ ପାଇଁ ନୂଆ ଭୋଟର ତାଲିକା ଜାନୁଆରୀ ୧୫ରେ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ଖବରଦାତା ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନାମ ସଂଶୋଧନ ଅଥବା ଯୋଡ଼ିବା ନିମନ୍ତେ ଡିସେମ୍ବର ୧୫ ମଧ୍ୟରେ ଆବେଦନ କରିପାରିବେ। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ତାଲିକାରେ ନାମ ଯୋଡ଼ିବା, କାଟିବା ଏବଂ ସଂଶୋଧନ କରିହେବ। ତେବେ ଯୋଡ଼ିବା ଲାଗି ୬, କାଟିବାକୁ ୭ ଏବଂ ସଂଶୋଧନ ପାଇଁ ୮ରେ ଆବେଦନ କରିପାରିବେ। ଏଥିପାଇଁ ନିଜର ଫଟୋ ସହ ବାସସ୍ଥାନ ପ୍ରମାଣ ଲୋଡ଼ା ପଡ଼ିବ। ଏତଦବ୍ୟତିତ ଅନ୍‌ଲାଇନ୍‌ କିମ୍ବା ବୁଥ୍‌ସ୍ତରରେ ପହଞ୍ଚି ଆବେଦନ କରାଯାଇପାରିବ। ଡିସେମ୍ବର ୫ ଓ ୬ରେ ବୁଥ୍‌ରେ ବିଏଲ୍‌ଓ ରହିବେ। ସ୍ବତନ୍ତ୍ର ଅଭିଯାନ ଚାଲିବ। ଆବେଦନପତ୍ରଗୁଡ଼ିକୁ ଡିସେମ୍ବର ୧୫ ରୁ ଜାନୁଆରୀ ୫ ମଧ୍ୟରେ ଯାଞ୍ଚ କରାଯିବ। ଏହାପରେ ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଲୋହାନୀ କହିଛନ୍ତି।

Share