ନାଳ ନିକଟରେ ପଡ଼ିଥିଲା ନବଜାତକ, କାନ୍ଦ ଶବ୍ଦ ଶୁଣି ଉଦ୍ଧାର କଲେ ଗ୍ରାମବାସୀ

କେନ୍ଦୁଝର,୧୬ା୧୦(ସ୍ବ.ପ୍ର.): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ଗୋପୀନାଥପୁର ଗାଁ ନିକଟ ଅଶୋକଝରଣ ନାଳରୁ ଅସହାୟ ଅବସ୍ଥାରେ ପଡ଼ିଥିବା ଏକ ନବଜାତ ଶିଶୁପୁତ୍ରକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି।

ସୂଚନାନୁଯାୟୀ ଗୋପୀନାଥପୁର ଗ୍ରାମର କିଛି ଲୋକ ଧାନ ଜଗି ପାହାନ୍ତିଆରେ ଘରକୁ ଫେରୁଥିବା ବେଳେ ନାଳକୂଳରେ ଛୋଟ ଶିଶୁଟିଏ କାନ୍ଦୁଥିବା ଶବ୍ଦ ଶୁଣିଥିଲେ। ପରେ ଘରକୁ ଆସି ରବିବାର ସକାଳୁ ଅଙ୍ଗନଓ୍ବାଡ଼ି ଓ ଆଶାକର୍ମୀଙ୍କୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନାଳକୂଳରେ ପଡ଼ିଥିବା ଏକ ବ୍ୟାଗ ଭିତରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଥିବା ଜଣାପଡ଼ିଛି। କେହି ଜନ୍ମ କରିବା ପରେ ନବଜାତ ଶିଶୁକୁ ବ୍ୟାଗ ଭିତରେ ଭର୍ତ୍ତି କରି ପକାଇ ଦେଇଥିବା ସନ୍ଦେହ କରାଯାଉଛି। ଶିଶୁର ଚିକିତ୍ସା କରାଯାଇଥିବା ବେଳେ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ତେବେ ଏହି ଶିଶୁ କାହାର ତାହା ଜଣାପଡ଼ିନାହିଁ।

Share