୧୦ ମଙ୍ଗଳାରେ ବୁଲିବାକୁ ଆସି ନବବିବାହିତାଙ୍କ ଜୀବନଗଲା

ସୋରଡ଼ା,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଥାନା ମାୟାଙ୍ଗୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ବିବାହର ୧୦ ଦିନ ପରେ ବାପଘରକୁ ବୁଲି ଆସିଥିବା ଭାଲୁ ସ୍ବାଇଁଙ୍କ ଝିଅ ଜ୍ୟୋତିମାଳା (୨୧)ଙ୍କ ଅକାଳ ବିୟୋଗ ହୋଇଛି। ଆଜି ସାରେ ଶୌଚ ପାଇଁ ଅନ୍ୟ ୨ ଜଣ ପଡ଼ୋଶୀ ମହିଳାଙ୍କ ସହ ଜ୍ୟୋତି ଗ୍ରାମ ନିକଟ ପୋଖରୀକୁ ଯାଉଥିଲେ। ଠିକ୍‌ ଏହି ସମୟରେ ଏକ ଟ୍ରାକ୍ଟର ଯାଉଥିଲା। ରାସ୍ତାରେ ପଡ଼ିଥିବା କାଠଖଣ୍ଡ ଉପରେ ଟ୍ରାକ୍ଟର ଚକା ଚଢ଼ିଯିବାରୁ କାଠଟି ଛିଟିକି ଯାଇ ଜ୍ୟୋତିଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ଜ୍ୟୋତି ସେଠାରେ ଅଚେତ ହୋଇପଡ଼ିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜ୍ୟୋତିଙ୍କୁ ଡାକ୍ତରଖାନା ପଠାଇଥିଲା। ତେବେ ସେଠାରେ ଡାକ୍ତର ଜ୍ୟୋତିଙ୍କୁ ମୃତ ଘୋଷଣା କରିଛନ୍ତି। ରବିବାର ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜ୍ୟୋତି ଅମୃଟୁଲୁ ଗ୍ରାମରେ ମାତ୍ର ୧୦ ଦିନ ହେଲା ବାହା ହୋଇଥିଲେ। ତାଙ୍କର ଏପରି ମୃତ୍ୟୁ ଖବର ପରେ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share