ନୂଆଦିଲ୍ଲୀ,୨୫।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି। ଜଣେ ନବବିବାହିତ ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଲିପଷ୍ଟିକ ଏବଂ ପାଉଡର ଆଣିବାକୁ ସ୍ବାମୀଙ୍କୁ ସ୍ତ୍ରୀ ଅନୁରୋଧ କରିଥିଲେ। କିନ୍ତୁ ସେ ଆଣି ନ ଥିଲେ। ମାମଲା ବଢିବା ସହିତ ସ୍ତ୍ରୀ ତାଙ୍କ ବାପଘରକୁ ଆସିଥିଲେ। ଦୁଇ ମାସ ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏହି କଥା ଶୁଣି ମୁଣ୍ଡରେ ହାତ ଦେଇଥିଲା।
ଉଭୟଙ୍କ ବିବାହକୁ ଚାରି ମାସ ବିତିଗଲାଣି। ତାଙ୍କ ବିବାହରେ ଯୁବତୀ ତାଙ୍କ ଘରୁ ମେକ ଇନ କିଟ ଆଣିଥିଲେ। ଦୁଇ ମାସ ପରେ ଏହା ସରିଯିବା ପରେ ସେ ସ୍ବାମୀଙ୍କୁ ଆଣିବାକୁ କହିଥିଲେ। ପରେ ଶାଶୁଙ୍କ ସହ ମଧ୍ୟ ବିବାଦ ଆରମ୍ଭ ହୋଇଥିଲା। ଏଥିରୁ ତାଙ୍କ ସ୍ବାମୀ ତାଙ୍କୁ ଗାଳି ଦେଇଥିଲେ, ସେବେଠାରୁ ସେ ତାଙ୍କ ବାପ ଘରେ ଘରେ ରହୁଥିଲେ।