ମୋଦିଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ଆସିଲା ଖବର, ଋଷିଆ-ୟୁକ୍ରେନ ମଧ୍ୟରେ ବଡ଼ ବୁଝାମଣା

କିଭ୍‌/ମସ୍କୋ,୨୪।୮: ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁକ୍ରେନ ଗସ୍ତର ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦୁଇ ଦେଶ ଏକ ବଡ଼ ବୁଝାମଣା କରିଛନ୍ତି । ଏହି ଚୁକ୍ତି ପରେ ଋଷିଆ ଓ ୟୁକ୍ରେନ ଆଜି ୧୧୫ ଜଣ ଲେଖାଏଁ କଏଦୀଙ୍କୁ ବିନିମୟ କରିବାକୁ ଯାଉଛନ୍ତି। ୟୁଏଇ ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଛି ବୋଲି ଋଷିଆର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଟାସ ରିପୋର୍ଟ କରିଛି ।

ୟୁଏଇର ଜଣେ ଅଧିକାରୀ କହିଛନ୍ତି, ଚଳିତ ମାସରେ ୟୁକ୍ରେନ ରୁଷିଆ ଭିତରେ ପଶି ଆକ୍ରମଣ କରିବା ପରେ ଏହା ପ୍ରଥମ କଏଦୀ ବିନିମୟ। ୟୁଏଇ ଅଧିକାରୀ ଜଣକ ନାମ ଗୋପନ ରଖିବା ସର୍ତ୍ତରେ ଏହି କଥା କହିଛନ୍ତି। କାରଣ ଏ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ସାର୍ବଜନୀନ ହୋଇନାହିଁ।

ସୂଚନାଥାଉ କି, ଦୁଇ ଦେଶ ମଧ୍ୟରେ ଗତ ଅଢେଇ ବର୍ଷ ଧରି ଚାଲିଥିବା ଶାନ୍ତି ଉଦ୍ୟମ ମଧ୍ୟରେ ଯୁଦ୍ଧବନ୍ଦୀ ଅଦଳବଦଳ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ଗତକାଲି ହୋଇଥିବା ମୋଦିଙ୍କ ୟୁକ୍ରେନ ଗସ୍ତ ଉପରେ ସମଗ୍ର ବିଶ୍ବର ନଜର ଥିଲା । ଏବେ ସେ ଦିଗକୁ ଅଗ୍ରସର ହେଉଛି ବୋଲି କୁହାଯାଉଛି।

Share