Categories: ଖେଳ

ସାନିଆ-ସୋଏବଙ୍କ ମଧ୍ୟରେ ହୋଇଗଲା କି ଛାଡପତ୍ର

ନୂଆଦିଲ୍ଲୀ,୩।୮:ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ଛାଡପତ୍ର ଖବର ପୁଣି ଥରେ ଆରମ୍ଭ ହୋଇଛି। ଏଥର ଶୋଏବ ମଲିକ ନିଜେ ଏହି ଖବରକୁ ସର୍ବସାଧାରଣକୁ ଆଣିଛନ୍ତି।
ଶୋଏବ ମଲିକ ନିକଟରେ ଇନଷ୍ଟାଗ୍ରାମ ଏବଂ ଟୁଇଟର୍‌ ବାୟୋରେ କରିଛନ୍ତି। ପୂର୍ବରୁ ସେ ତାଙ୍କ ବାୟୋରେ ଲେଖିଥିଲେ ସୁପରଓମ୍ୟାନ ସାନିଆ ମିଜାଙ୍କ ସ୍ବାମୀ। କିନ୍ତୁ ବର୍ତ୍ତମାନ ବାୟୋକୁ ମଲିକ ପରିବର୍ତ୍ତନ କରିଛନ୍ତି। ସେ ତାଙ୍କ ବାୟୋରୁ ସାନିଆ ମିର୍ଜାଙ୍କ ସ୍ବାମୀ ଧାଡି ହଟାଇ ଦେଇଛନ୍ତି। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ଚର୍ଚ୍ଚା ହେଉଛି।
ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ନିଶ୍ଚିତ କରାଯାଇନାହିଁ। ଶୋଏବ ଏବଂ ସାନିଆ ଏ ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି।


ଏହାର କିଛି ମାସ ପୂର୍ବରୁ ମଧ୍ୟ ସେମାନଙ୍କ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଉଭୟ ପାକିସ୍ତାନରେ ଏକ ମଲିକ-ମିର୍ଜା ଟିଭି ଶୋ’ ହୋଷ୍ଟ କରିଥିଲେ। ଏହାପରେ ଲାଗୁଥିଲା ଉଭୟଙ୍କ ସମ୍ପର୍କ ଠିକ୍‌ ଅଛି। କିନ୍ତୁ ଶୋଏକଙ୍କ ବାୟୋ ପରିବର୍ତ୍ତନ ପରେ ଏବେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ଆଲୋଚନା ହେଉଛି।
ସାନିଆ ଏବଂ ଶୋଏବ ମଲିକ ୨୦୧୦ରେ ବିବାହ କରିଥିଲେ। କୁହାଯାଏ ଯେ ବିବାହ ପୂର୍ବରୁ ଉଭୟ ପ୍ରାୟ ୫ ମାସ ପରସ୍ପରକୁ ଡେଟ କରିଥିଲେ। ବିବାହର ଦୀର୍ଘ ଦିନ ପରେ ଅକ୍ଟୋବର ୩୦, ୨୦୧୮ରେ, ସାନିଆ ପୁଅ ଇଜାନଙ୍କୁ ଜନ୍ମ ଦେଇଥିଲେ।

 

Share