ଏବେଠୁ ସତର୍କ ନ ହେଲେ ଆଗାମୀ ପିଢ଼ି ମଧୁର ଜଳ ପାଇପାରିବ ନାହିଁ’

କେନ୍ଦ୍ରାପଡ଼ା ଅଫିସ,୨୩ା୧୧: ଜଳ ହିଁ ଜୀବନ। ଏହାର ସଂରକ୍ଷଣ ଆବଶ୍ୟକ। ଏହା ନ ହେଲେ ଆଗାମୀ ପିଢ଼ି ମଧୁର ଜଳ ପାଇବାରୁ ବଞ୍ଚିତ ହେବ। ଜଳ ସଂରକ୍ଷଣ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ କହିଛନ୍ତି ।

ରାଜ୍ୟପାଳ ଡ. ଲାଲ ସହରର କାକଟସ୍ଥିତ ଶିକ୍ଷକ ଲକ୍ଷ୍ମୀପ୍ରସାଦ ଦାସଙ୍କ ଏକାଦଶାହରେ ଯୋଗଦେବା ପାଇଁ ମଙ୍ଗଳବାର କେନ୍ଦ୍ରାପଡ଼ା ଆସିଥିଲେ। ଏହି ଅବସରରେ ଜଜାଙ୍ଗସ୍ଥିତ ସର୍କିଟ ହାଉସଠାରେ ଜିଲା ପ୍ରଶାସନ ସହିତ ସ୍ଥାନୀୟ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଓଡ଼ିଶାର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ ଚିହ୍ନଟ କରାଯାଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନରେ ଏହି ଜିଲା ସାମିଲ ହୋଇଛି। ୨୦୧୯ରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମ୍ପର୍କରେ ଜିଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କଠାରୁ ସେ ସବିଶେଷ ବିବରଣୀ ମାଗିଥିଲେ। ଏହାକୁ ଆଖି ଆଗରେ ରଖି ରାଜ୍ୟପାଳ କହିଥିଲେ, ଆଗାମୀ ପିଢ଼ି ପାଇଁ ଜଳ ସଂରକ୍ଷଣ ଓ ସ୍ଥାନୀୟ ଜିଲାବାସୀଙ୍କୁ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ଯୋଗାଣ ଆବଶ୍ୟକ। ଏଥିସହିତ ମଧ୍ୟାହ୍ନ ଭୋଜନରେ ଶିଶୁମାନେ ସାମିଲ ହେବା ଓ ସ୍କୁଲରେ ଶୌଚାଳୟ ନିର୍ମାଣ ତ୍ୱରାନ୍ନିତ କରିବାକୁ ସେ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଆଲୋଚନାରେ ଏସ୍‌ପି ମଡ଼କର ସନ୍ଦୀପ ସମ୍ପତ, ଏଡିଏମ୍‌ ପିତାମ୍ବର ସାମଲ, ଦୁର୍ଗାପ୍ରସାଦ ମହାରଣା, ଉପଜିଲାପାଳ ନିରଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡା. ହରିବାବୁ କମ୍ଭମ୍ପତି ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ, ୨୪ା୧୨: ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।...

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ

କେସିଙ୍ଗା, ୨୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ଯୋଗମାୟା ପୀଠ ପରିସରରେ କେସିଙ୍ଗା ଗୋଷ୍ଠୀ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ...

ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

ପ୍ରତିଧ୍ୱନୀ ନୃତ୍ୟୋତ୍ସବ ୨୦୨୪ ପାଳିତ

ଭୁବନେଶ୍ଵର,୨୧।୧୨: ଗୁରୁ ଦେବପ୍ରସାଦ ନୃତ୍ୟ ଧାରା, ସିଙ୍ଗାପୁର ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ବର ସ୍ଥିତ ଜିକେସିଏମ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ଉତ୍କଳ ରଙ୍ଗମଞ୍ଚରେ ନୃତୋତ୍ସବ”...

ଚିଟ୍ ଫଣ୍ଡ ସ୍କାମର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ,୨୪।୧୨: ଏକ ସମୟ ଏପରି ଥିଲା ଯେଉଁ ସମୟରେ ଓଡ଼ିଶାର ପ୍ରତ୍ୟେକ ଲୋକେ ଅଧିକ ଲାଭ ଆଶାରେ ଚିଟ୍ ଫଣ୍ଡରେ ଟଙ୍କା ନିବେଶ କରି ଠକାମିର...

ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି: ଧାନର ମାନ କମ୍‌ ଥିଲେ ବି କିଣିବେ ସରକାର

ଭୁବନେଶ୍ୱର,୨୪।୧୨: ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି। ବର୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ...

ଧର୍ମେନ୍ଦ୍ରଙ୍କ ସହ ବିଜେଡି ନେତା, ରାଜନୀତିରେ ପୁଣି ଚହଳ!

ଭୁବନେଶ୍ୱର,୨୪।୧୨: ବରିଷ୍ଠ ସାମ୍ବାଦିକ ରୁବେନ ବାର୍ନାଜୀଙ୍କ ବହିରେ ବିସ୍ଫୋରକ ଖୁଲାସା ପରେ ରାଜନୀତିରେ ଚହଳ ପଡିଛି। ପାଣ୍ଡିଆନ ପଜଲ ଶୀର୍ଷକ ନାମକ ଅଧ୍ୟାୟ ଏବେ ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri