ଆଗାମୀ ତନ୍ତ୍ର

ମନୁଷ୍ୟ ସମାଜ ପ୍ରାରମ୍ଭରୁ ଏଯାଏ ନିଜର ଆବଶ୍ୟକତା ପାଇଁ ଅନେକ ଶାସନତନ୍ତ୍ର ଆବିଷ୍କାର କରିଛି, ପୁଣି ତାହାକୁ ଫିଙ୍ଗିଦେଇ ନୂଆ ଆବଶ୍ୟକତା ଅନୁରୂପ ନୂଆ ତନ୍ତ୍ର ଖୋଜି ବାହାରିଛି। ଆଜି ପୃଥିବୀରେ ମୌଳିକତଃ ଦୁଇଟି ଶାସନ ତନ୍ତ୍ର ମଣିଷ ଏବଂ ସମାଜର ପ୍ରଗତି ପାଇଁ ପଥ ହୋଇ ରହିଛି ଓ ଏଇ ଦୁଇ ତନ୍ତ୍ର ପ୍ରଗତିର ପଥ ଓଗାଳି ଠିଆ ହେବା ଭଳି ମନେହେଉଛିି। ଗଣତନ୍ତ୍ର ଏବଂ ସମାଜବାଦ ଅନେକ ଦଶନ୍ଧି ହେଲା ଦୁଇ ପ୍ରକାଣ୍ଡ ଦ୍ୱୈତ ପ୍ରାୟେ ପରସ୍ପର ସହ ଲଢ଼ିବାରେ ଲାଗିଛନ୍ତି। ଯେଉଁ ଉତ୍ସାହ ନେଇ, ସ୍ବପ୍ନ ନେଇ ଦୁହିଁଙ୍କର ଜନ୍ମ ହୋଇଥିଲା, ତାହା ଏବେ କେବଳ ମଉଳି ଯାଇନାହିଁ, ସମଗ୍ର ପୃଥିବୀକୁ ଏ ଦୁହେଁ ଦୁଇଭାଗରେ ବିଭକ୍ତ କରି ପରସ୍ପରକୁ ଗ୍ରାସିବା ପାଇଁ ଅହରହ ମାତିଛନ୍ତି। ଏବେ ମନେହେଉଛି ଏହି ଦୁହିଁଙ୍କୁ ଡେଇଁ ନୂଆ ଶାସନ ବ୍ୟବସ୍ଥା ଖୋଜିବାକୁ ସତେ ଅବା ସମୟ ଆମ ସଭିଙ୍କୁ ଆହ୍ବାନ କରୁଛି । କିନ୍ତୁ ସମଗ୍ର ପୃଥିବୀର ସୃଜନମନସ୍କ, ବୁଦ୍ଧିଜୀବୀ ଏହି ଦୁଇ ବ୍ୟବସ୍ଥାର ସପକ୍ଷ ଅବା ବିପକ୍ଷରେ ଠିଆ ହୋଇ ପରସ୍ପରକୁ କାଦୁଅ ଫିଙ୍ଗିବାରେ ମାତିଛନ୍ତି। ଅପରପକ୍ଷରେ ଯେଉଁ ଭାରତବର୍ଷ ତା’ର ସର୍ବାଧିକ ନିଜର ଓ ବିଶ୍ୱର ଅଭିଜ୍ଞତାକୁ ନେଇ କିଛି ନୂତନ, ପ୍ରଶସ୍ତ, ପ୍ରଭାବଶାଳୀ, ନମନୀୟ ନୂତନ ତନ୍ତ୍ରଟିଏ ସ୍ବାଧୀନ ଭାରତବର୍ଷ ପାଇଁ ନିର୍ମାଣ କରିଥା’ନ୍ତା, କିନ୍ତୁ ଆମ ଶେଷ ନେତୃତ୍ୱମାନେ କ୍ଷମତା କନ୍ଦଳରେ ମାତି ଏବଂ ଭାରତର ଆତ୍ମାରୁ ବିଚ୍ୟୁତ ହୋଇ, ପାଶ୍ଚାତ୍ୟ ପ୍ରଭାବରେ ଅତିଶୟ ପ୍ରଭାବିତ ହୋଇ ସେହି ଦିବ୍ୟ ସମ୍ଭାବନାଟିର ଅଙ୍କୁରୋଦ୍‌ଗମ କରିବା ପୂର୍ବରୁ ହିଁ ମାରିଦେଲେ । ଶ୍ରୀଅରବିନ୍ଦ କହନ୍ତି ”ଯେଉଁ ଶାସନ ବ୍ୟବସ୍ଥା ପାଶ୍ଚାତ୍ୟରେ ପଚି ଗନ୍ଧାଇଲାଣି ତାକୁ ଆମେ ବଡ଼ ଆଡ଼ମ୍ବରରେ ବରଣ କରୁଛୁ।“
ସ୍ବଳ୍ପରେ ଏଇ ଦୁଇ ବ୍ୟବସ୍ଥାର ଅସଫଳତାକୁ ବୁଝିବା। ସମାଜବାଦ ଯେଉଁ ସୁନାମି ଓ ସମ୍ଭାବନା ନେଇ ଏ ପୃଥିବୀରେ ପ୍ରକଟହେଲା, ତାହା ପରବର୍ତ୍ତୀ ସମୟରେ ନିଜ ଲକ୍ଷ୍ୟ ଓ ପଥରୁ ବିଚ୍ୟୁତ ହେଲା, କ୍ଷମତା ଏବଂ ବିସ୍ତାର ଏହାର ସର୍ବମୂଳ ଲକ୍ଷ୍ୟ ହୋଇ ରହିଲା। ଏହାର ମୁଖ୍ୟ କାରଣ ମନୁଷ୍ୟ ଅନ୍ତଃଚେତନାକୁ ଏହା ଅସ୍ବୀକାର କରିବା ସହ ଧର୍ମକୁ, ଅଧ୍ୟାତ୍ମକୁ ଅଫିମ ବୋଲି ଘୋଷଣା କଲା, ମନୋହର ଲୋହିଆଙ୍କ ଭାଷାରେ ”ଜଗତ ସତ୍ୟ, ବ୍ରହ୍ମ ମିଥ୍ୟା।“ ଭୌତିକ ହିଁ ଏକମାତ୍ର ସତ୍ୟ ଏବଂ ମନୁଷ୍ୟ ଜୀବନ ଏକ ରାସାୟନିକ ପିଣ୍ଡ, ଯାହା ଆବେଗ ଓ ଆବଶ୍ୟକତାର ଏକ ଗାଣିତିକ ସମୀକରଣ, ସେ ଏହାକୁ ଏହି ରୂପେ ସମଗ୍ର ଭାବେ ମାନିନେଲା। ମନୁଷ୍ୟ ଯେ ମହୁଫେଣାର ମହୁ ନୁହେଁ, ଉଇହୁଙ୍କାର ଉଇନୁହେଁ, ଏହାଠାରୁ ଆହୁରି ବହୁତ ଅଧିକ କିଛି ଏହାକୁ ସେ ଦେଖି ମଧ୍ୟ ଦେଖିବାକୁ ଅସ୍ବୀକାର କଲା। ଗୋଟିଏ ଦଳ, ଗୋଟିଏ ମତ, ଗୋଟିଏ ପଥ… ଆଉ ସବୁ ଅଫିମ ଓ ଅସତ୍ୟ ଏହି ଦାନବୀୟ ପ୍ରବୃତ୍ତିକୁ ଯତ୍ନରେ ପାଳନ କରି ଗୁଡ଼ାଏ ଦାନବକୁ ତିଆରିବାରେ ଲାଗିଲା।
ଅପରପକ୍ଷରେ ଗଣତନ୍ତ୍ର ମହାଆଡ଼ମ୍ବରର ଏକ ଯାତ୍ରା, ଯାହା ଆମକୁ ଲକ୍ଷ୍ୟରୁ କେତେନା କେତେ କୋଷ ଦୂରରେ ଅଟକାଇ ରଖିଛି ଏବଂ ଲକ୍ଷ୍ୟରେ ପହଞ୍ଚତ୍ୟିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛି । ଏହା ତାହାର ସର୍ବାଧିକ ଶକ୍ତିକୁ ଦେଶ ଓ ସମାଜର ପ୍ରଗତିଠାରୁ ନିଜ ଦଳର ବିଜୟ ଓ ବିସ୍ତାରରେ ଖର୍ଚ୍ଚ କରିବାରେ ଲାଗିଛି। ଅନେକ ଦଳରେ ଦେଶ ଓ ପ୍ରଦେଶକୁ ବିଭାଜିତ କରି କେତେନା କେତେ ବିଭ୍ରାନ୍ତି ଭିଆଇବାରେ ମାତିଛି। ନାଗରିକ ଉପରେ ଗୋଟିଏ ଦଳର ଛାପ ଓ ଚାପ ଲଦିଦେଇ ମଣିଷ ମଣିଷ ମଧ୍ୟରେ ମିଥ୍ୟା ଦୂରତାମାନ ଗଢ଼ିଚାଲିଛି। ରାଜଧାନୀରୁ ପଲ୍ଲୀଯାଏ, ନଗରରୁ ପ୍ରତି ଗ୍ରାମଯାଏ ମଣିଷକୁ, ଜାତିକୁ, ଧର୍ମକୁ ବିଭିନ୍ନ ରାଜନୈତିକ ଦଳରେ ବିଭାଜିତ କରାଇ ଲଢ଼ାଇ ଚାଲିଛି। ଦଳର ବିଜୟ ପାଇଁ ସବୁପ୍ରକାର ଅନୈତିକ ପଥ ଗ୍ରହଣ କରାହେଉଛି। ସତେ ଅବା ଲାଗୁଛି ଏହିସବୁ ବିଭ୍ରାନ୍ତି ଓ ମିଥ୍ୟା ହିଁ ଗଣତନ୍ତ୍ର । ଦଳ ନ ଥାଇ ଶାସନତନ୍ତ୍ର ସମ୍ଭବ କି? ହଁ ସମ୍ଭବ, ଶ୍ରୀଅରବିନ୍ଦ ଲେଖିଛନ୍ତି – ଦଳ ମୁକ୍ତ ଶାସନ ବ୍ୟବସ୍ଥା ହିଁ ଭବିଷ୍ୟତ।
ଗଣତନ୍ତ୍ର ଓ ସମାଜବାଦର ମୌଳିକ ଦାବିକୁ ଦୃଷ୍ଟିରେ ରଖି, ନିଜର ଓ ଇତିହାସର ଅଭିଜ୍ଞତାକୁ ନେଇ ଅବଶ୍ୟ ଭାରତବର୍ଷ ଏକ ନୂତନ ସୃଜନ ଶାସନତନ୍ତ୍ର ଗଢ଼ିପାରିଥାନ୍ତା, କିନ୍ତୁ ଏହାର ନିର୍ମାତାମାନେ ପାଶ୍ଚାତ୍ୟ ଦ୍ୱାରା ଏତେ ପ୍ରଭାବିତ ଥିଲେ ଯେ, ନିଜର ନିଷ୍ଠା, ସାଧୁତା, କର୍ତ୍ତବ୍ୟ ସତ୍ତ୍ୱେ, ସୃଜନ ଓ ସମ୍ଭାବନାଠାରୁ ଦୂରେଇଯାଇ ତଥ୍ୟକୁ ହିଁ ଆଧାରକରି ସମ୍ବିଧାନ ଗଢ଼ିଲେ। ସୃଜନକୁ ଫିଙ୍ଗିଦେଇ ବହୁ ଦେଶର ସମ୍ବିଧାନରୁ ତଥ୍ୟସବୁକୁ ସାଉଁଟି ଲେଖା ହେଲା ଆମ ସମ୍ବିଧାନ। ବିଭିନ୍ନ ଦେଶରୁ ପରିବାସବୁ ତୋଳି ଆଣିଲେ ସତ, କିନ୍ତୁ ଏହାକୁ ଭାରତ ଆତ୍ମାର ଅଗ୍ନିରେ ମୋଟେ ପାକ ନ କରି, ପରିବା ଆକାରରେ ରଖିଦେଲେ। ପରବର୍ତ୍ତୀ ସମୟରେ ସେହି ପରିବାକୁ ନେଇ ନିଜକୁ ସୁହାଇବା ଭଳି ବ୍ୟଞ୍ଜନ ସବୁ ଗଢ଼ାଗଲା, ପରିଣାମ ସ୍ବରୂପ ଏଠି ବଞ୍ଚତ୍ଥିବା ଯାଏଁ ଜଣେ ପ୍ରଧାନମନ୍ତ୍ରୀ ରହିପାରିବ। ବଂଶବାଦ, ଧର୍ମ କନ୍ଦଳ, ଦଳ ପାଇଁ ବଳ… ସେବେଠୁ ଗଣତନ୍ତ୍ର ନାମରେ ଏହା ହିଁ ଏଠି ସର୍ବମୂଳ ହୋଇ ରହିଲା। ଭାରତବର୍ଷ ଯାହା ନିଜ ପାଇଁ ଏବଂ ବିଶ୍ୱ ସକାଶେ ନୂତନ ବ୍ୟବସ୍ଥା ଗଢ଼ିପାରିବାର ପୂର୍ଣ୍ଣ ସାମର୍ଥ୍ୟ ରଖିଥିଲା, ତାହା ବହୁ ଦୂରକୁ ଘୁଞ୍ଚିଗଲା ଏବଂ ପାଶ୍ଚାତ୍ୟକୁ ମୂଳରୁ ଚୂଳ ଯାଏଁ ଅନୁକରଣ କରି ସବୁଠୁ ସୃଜନ ଜାତି ନିଜ ପାଇଁ ସବୁଠୁ ସୃଜନ ରହିତ ସମ୍ବିଧାନ ନିର୍ମାଣ କଲା ।
ବର୍ତ୍ତମାନ ଆସ ଆମ ଆଡ଼ୁ ନୂଆ ତନ୍ତ୍ରଟିଏ ଖୋଜିବାର ପ୍ରୟାସ କରିବା । ଦଳ ମୁକ୍ତ ଗଣତନ୍ତ୍ର ଏବଂ ସମାଜବାଦର ମୌଳିକ ଦାବିକୁ ସମନ୍ବୟ ଘଟାଇ କ’ଣ ଏକ ଶାସନତନ୍ତ୍ର ଗଢ଼ା ହୋଇପାରିବ ନାହିଁ? ଇତିହାସ ଏବଂ ରାଜନୀତିର ଛାତ୍ର ନ ହୋଇ, ଅନେକ ଥର ନିରୋଳାରେ ବସି ଭାରତର ଶାସନ ବ୍ୟବସ୍ଥା ନିମ୍ନରୂପେ ହୋଇଥିଲେ ଖୁବ୍‌ ଭଲ ହୋଇଥାନ୍ତା ଭାବିଛି- ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଗଠନରୁ ଆରମ୍ଭ କରିବା। ଜଣେ ବ୍ୟକ୍ତି ସର୍ବାଧିକ ଆମେରିକା ରାଷ୍ଟ୍ରପତିଙ୍କ ଭଳି ଦୁଇଥର ହିଁ ଏହି ଦାୟିତ୍ୱରେ ରହିପାରିବେ । ଆମ ଦେଶର ରାଷ୍ଟ୍ରପତିଙ୍କ ନିର୍ବାଚନ ଭଳି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଅବଧି ଶେଷ ହେବା ପୂର୍ବରୁ ଏବଂ ଏହି ସେବା ଦେବା ପାଇଁ ଆଶାୟୀ ବହୁ ବ୍ୟକ୍ତିଙ୍କ ମଧ୍ୟରୁ ଯେଉଁ ଦୁଇ ବ୍ୟକ୍ତି ସେହି ସମୟର ଏମ୍‌ପି, ଏମ୍‌ଏଲ୍‌ଏଙ୍କ ସର୍ବାଧିକ ଭୋଟ ପ୍ରାପ୍ତ କରିବେ, ପରବର୍ତ୍ତୀ ସମୟରେ ସେହି ଦୁଇଙ୍କ ମଧ୍ୟରୁ କିଏ ପ୍ରଧାନମନ୍ତ୍ରୀ ହେବେ ଜନସାଧାରଣଙ୍କ ଭୋଟ ତାହା ନିର୍ଣ୍ଣୟ କରିବ। ଏଠି କୌଣସି ଦଳ ରହିବ ନାହିଁ, ବ୍ୟକ୍ତି ହିଁ ସର୍ବମୂଳ ହୋଇ ରହିବ। ବର୍ତ୍ତମାନ ଏମ୍‌ପି, ଏମ୍‌ଏଲ୍‌ଏ କିଭଳି କୌଣସି ଦଳ ନ ଥାଇ ନିର୍ବାଚିତ ହୋଇପାରିବେ ବିଚାରକୁ ଆସିବା। ଯେଉଁ ଯେଉଁ ପ୍ରାର୍ଥୀମାନେ ଏହି ସେବା ଦେବା ପାଇଁ ଇଚ୍ଛୁକ, ଯଦି ସେମାନଙ୍କ ସଂଖ୍ୟା ଦୁଇରୁ ଅଧିକ ହେଉଛି, ତେବେ ସେ ଅଞ୍ଚଳର ସେ ସମୟରେ ସେବା ପ୍ରଦାନକାରି ସରପଞ୍ଚ, ସମିତି ସଭ୍ୟଙ୍କ ଭୋଟ ଯେଉଁ ଦୁଇ ପ୍ରାର୍ଥୀ ସର୍ବାଧିକ ପାଇବେ, ସେହି ଦୁଇଙ୍କ ମଧ୍ୟରୁ ସର୍ବସାଧାରଣ ଭୋଟ ଦେଇ ନିଜ ପସନ୍ଦ ପ୍ରାର୍ଥୀଙ୍କୁ ଚୟନ କରିବେ। ଏହାପରେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ଅନ୍ୟାନ୍ୟ ମନ୍ତ୍ରୀ ପଦ ପାଇଁ ପ୍ରଧାନମନ୍ତ୍ରୀ ନିଜ ପସନ୍ଦର ବ୍ୟକ୍ତି ଚୟନ କରିବେ ସତ, କିନ୍ତୁ ତାହା ୫୦% ମତରେ ଉଭୟ ସଦନରେ ପାରିତ ହେବାକୁ ପଡିବ। ଏହାଦ୍ୱାରା ସମଗ୍ର ଦେଶର ସାମର୍ଥ୍ୟବାନ୍‌ ମଣିଷମାନେ ମନ୍ତ୍ରୀ ହୋଇପାରିବେ ଏବଂ ପ୍ରଧାନମନ୍ତ୍ରୀ ନିଜ କ୍ଷମତାର ଦୁରୁପଯୋଗ କରିପାରିବେ ନାହିଁ। ହଁ, କେବଳ ସେହିମାନେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢ଼ିପାରିବେ, ଯେଉଁମାନେ ପୂର୍ବରୁ ଗୃହମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ସର୍ବନିମ୍ନ ଯୋଗ୍ୟତା ହୋଇ ରହିବ। ଦେଶରେ ପ୍ରଧାନମନ୍ତ୍ରୀଙ୍କ ଭଳି ରାଜ୍ୟମାନଙ୍କରେ ମୁଖ୍ୟମନ୍ତ୍ରୀ ସେହି ଭାବେ ନିର୍ବାଚିତ ହେବେ ଏବଂ ଦୁଇଥର ସର୍ବାଧିକ ସେ ଏ ପଦରେ ରହିପାରିବେ। ଦଳ ମୁକ୍ତ ହୋଇ ନିର୍ବାଚନ ସବୁ ଆଡ଼ମ୍ବରଶୂନ୍ୟ ହେବ। ବ୍ୟକ୍ତିର ବ୍ୟକ୍ତି, ତା’ର ସେବା ଭାବ, ତା’ର ଦକ୍ଷତା ହିଁ ସର୍ବସାଧାରଣଙ୍କ ପାଇଁ ସବୁକିଛି ହୋଇ ରହିବ। ବଂଶବାଦର ବିଷ ଆଉ ବଢ଼ିିପାରିବ ନାହିଁ, ଅସାମାଜିକ ପ୍ରବୃତ୍ତିମାନେ ଫଳିପାରିବେ ନାହିଁ। ଦେଶର ପ୍ରଶାସନ ପ୍ରତି ଦଳ ଓ ନେତାଙ୍କ ଅନୈତିକ ଚାପ ରହିବ ନାହିଁ। ହଁ, ନୋଟାକୁ ମଧ୍ୟ ଶକ୍ତିଶାଳୀ କରାଯିବ, ଯଦି କୌଣସି ସ୍ଥାନରେ ପ୍ରାର୍ଥୀମାନଙ୍କ ଠାରୁ ସର୍ବାଧିକ ନୋଟାର ଭୋଟ ଅଧିକ ହେଲା, ସେ ସମସ୍ତ ପ୍ରାର୍ଥୀଙ୍କର ୧୦ ବର୍ଷ ପାଇଁ ଲଢିବା ଏବଂ ଭୋଟ ଦେବାର ଅଧିକାରକୁ ରଦ୍ଦ କରାଯିବ।
ଏହା କହିବା ପଛରେ ଉଦ୍ଦେଶ୍ୟ ନୁହେଁ ମୋର ବିଜ୍ଞତା ପ୍ରମାଣ କରିବା, ଏକମାତ୍ର ଉଦ୍ଦେଶ୍ୟ- ଦେଶର ଏବଂ ପୃଥିବୀର ନେତୃତ୍ୱ ଏବଂ ବିଦ୍ୱାନ୍‌ମାନେ ଚାହିଁଲେ ନିଶ୍ଚୟ ଦଳମୁକ୍ତ ଗଣତନ୍ତ୍ରଟିଏ ଗଢ଼ିପାରନ୍ତେ, ଯାହା ସମାଜବାଦର ମୌଳିକ ଦାବି ଏବଂ ଗଣତନ୍ତ୍ରର ନାଗରିକ ଅଧିକାରକୁ ଦୃଷ୍ଟିରେ ରଖି ଏକ ନୂତନ ତନ୍ତ୍ର ପୃଥିବୀକୁ ଓହ୍ଲାଇ ଆଣିପାରନ୍ତେ, ଯାହା ପୃଥିବୀ ଅନେକ ବର୍ଷରୁ ତୃଷାର୍ତ୍ତ ହୋଇ ଚାହିଁଛି।

– ସୁଧିରାଜ ରାଉତ

ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ: ୯୪୩୭୬୪୧୪୧୩


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri