ଅତିରିକ୍ତ ତଥ୍ୟ ମାଗିଲେ ଏନ୍‌ଏଚ୍‌ଆର୍‌ସି

କେନ୍ଦୁଝର, ୨୭।୨ (ସ୍ବ.ପ୍ର.): ଟାଉନ ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ନାବାଳିକା ଘଟଣାକୁ ନେଇ ଅତିରିକ୍ତ ତଥ୍ୟ ଦେବାକୁ ଜାତୀୟ ମାନବାଧିକାର କମିଶନ କେନ୍ଦୁଝର ଜିଲାପାଳ ଓ ଏସ୍‌ପିଙ୍କୁ ଆଦେଶ କରିଛନ୍ତି। ଉକ୍ତ ନାବାଳିକା ଉଦ୍ଧାର ହୋଇଥିଲେ ହେଁ ଅଭିଯୁକ୍ତ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ପିଡିତାଙ୍କୁ କଣ କ୍ଷତିପୂରଣ ବାବଦକୁ ଅର୍ଥ ଦିଆଯାଇଛି ସେ ନେଇ ତଥ୍ୟ ମାଗିବା ସହ ଏପ୍ରିଲ ୪ ତାରିଖ ସୁଦ୍ଧା ଦେବାକୁ ଆଦେଶ କରିଥିବା ମାନବାଧିକାର କର୍ମୀ ହିମାଂଶୁ ନାୟକ ସୂଚନା ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାଇଥିଲେ। ଉକ୍ତ ନାବାଳିକାଙ୍କୁ ତା ୩।୧୧।୨୦୨୧ ରିଖରେ ଖୋର୍ଦ୍ଧାରୁ ଅଭିଯୁକ୍ତଙ୍କ ଘରୁ ଉଦ୍ଧାର କରାଯାଇଥିବା ଏବଂ ଡାକ୍ତରୀ ପରୀକ୍ଷା ପରେ ମୁକ୍ତାକାଶ କେନ୍ଦ୍ରକୁ ପଠାଯାଇଥିବା ପୋଲିସ କମିଶନକୁ ଜଣାଇଥିଲେ। ତେବେ ଅଭିଯୁକ୍ତ ଗିରଫ ହୋଇ ନ ଥିବା ବେଳେ ପିଡିତାଙ୍କୁ କ୍ଷତିପୂରଣ ବାବଦକୁ ଅର୍ଥ ମିଳିଛି କି ନାହିଁ ସୂଚନା ଦିଆଯାଇ ନ ଥିବାରୁ କମିଶନ ସବିଶେଷ ତଥ୍ୟ ମାଗିଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆହତ ପ୍ରତାପ ଷଡ଼ଙ୍ଗୀଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସଂସଦରେ ଠେଲାପେଲା କାରଣରୁ ଆହତ ହୋଇ ଚିକିତ୍ସିତ ହେଉଥିବା ଭାଜପାର ବରିଷ୍ଠ ନେତା ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀର...

ମୁରୁସୁଆଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା: କାର୍ଯ୍ୟାନୁଷ୍ଠାନ ଭୟରେ ଆଜି ଖୋଲିଲେ

କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ତାଲା ଗୁରୁବାର ଖୋଲାଯାଇଛି। ପ୍ରଶାସନ ତଥା ପୋଲିସର ତାଗିଦ ପରେ...

ବାଇକ୍‌କୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା ଅଟୋ, ୨ ଗୁରୁତର

ପାଟଣା,୧୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଧପୁର ନିକଟରେ ଗୁରୁବାର ପୂର୍ବାହ୍ନ ଭାରସାମ୍ୟ ହରାଇ ଏକ ଅଟୋ ରାସ୍ତାକଡ଼ରେ ଥିବା ଏକ ଆକାଶିଆ ଗଛକୁ...

ମଦୁଆ ଡ୍ରାଇଭରଙ୍କୁ ଅଦାଲତର ଛାଟ: ମାତ୍ର ୨ଦିନ ମଧ୍ୟରେ ରାୟ ପ୍ରକାଶ

ପାଟଣା,୧୮।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆ ନିକଟରେ ଗତ ଡିସେମ୍ବର ୫ତାରିଖ...

୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ସାନ୍ତାଳୀ ଭାଷାର ବିକାଶ ପାଇଁ କାର୍ଯ୍ୟ କରିବାକୁ ଦେଲେ ପ୍ରତିଶ୍ରୁତି

କେନ୍ଦୁଝର,୧୭।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଧ୍ୟାହ୍ନରେ ରାଇସୁଆଁ ଏୟାର ଷ୍ଟ୍ରିପରେ ଫହଞ୍ଚି...

ମୁଖ୍ୟମନ୍ତ୍ରୀଙ୍କ ପୁଣି ତିନି ଦିନିଆ କେନ୍ଦୁଝର ଜିଲା ଗ୍ରସ୍ତ, ସରକାରୀ-ଘରୋଇ କାର୍ଯ୍ୟକ୍ରମରେ ହେବେ ସାମିଲ

କେନ୍ଦୁଝର,୧୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା କାଲି ତିନି ଦିନିଆ ଗସ୍ତରେ କେନ୍ଦୁଝର ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ: ମହିଳାଙ୍କ ଶାଢ଼ିରେ ଲାଗିଲା ଦୀପ ନିଆଁ, ଆଉ ତା’ପରେ…

କେନ୍ଦୁଝର/ଘଟଗାଁ (ନରେଶ ଚନ୍ଦ୍ର ପଟ୍ଟନାୟକ/ରାଜେନ୍ଦ୍ର ପଟ୍ଟନାୟକ)୧୫ା୧୨: କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀ ମନ୍ଦିରରେ ରବିବାର ଅଘଟଣ ଘଟିଛି। ଦୀପଷ୍ଟାଣ୍ଡ୍‌ରୁ ଜଣେ ମହିଳାଙ୍କ ଶାଢ଼ିରେ ନିଆଁ...

ସୋଲାର ପ୍ଲେଟ୍‌ ଗୋଦାମରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ୍‌

କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ଅପରାହ୍ନରେ ଧରଣୀଧର ବିଶବିଦ୍ୟାଳୟ ପାଖରେ ଥିବା ଏକ ସୋଲାର ପ୍ଲେଟ୍‌ ଗୋଦାମରେ ନିଆଁ ଲାଗି ଯିବାରୁ ବ୍ୟାପକ ନଷ୍ଟ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri