Categories: ଜାତୀୟ

ଉତ୍ତରପ୍ରଦେଶରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ଉତ୍ତରପ୍ରଦେଶ,୨୪।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ଚିନ୍ତା ବଢାଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ତେବେ ଶନିବାର ରାତି ୧୧ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ବିବାହ ଏବଂ ସାମାଜିକ କାର୍ଯ୍ୟରେ ୨୦୦ ଲୋକଙ୍କୁ ଅନୁମତି ଦିଆଯିବ। କୋଭିଡ୍‌ ପ୍ରୋଟୋକଲକୁ ସବୁ ସମୟରେ ଅନୁସରଣ କରିବାକୁ ପଡିବ ବୋଲି ୟୁପି ସିଏମ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ପ୍ରଥମେ ମଧ୍ୟପ୍ରଦେଶରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଥିଲା।

 

Share