Posted inUncategorized

କାଠ ଜାଳିଲେ ରାତି କଟେ

ନୟାଗଡ଼,୯।୧୧(ଲୋକନାଥ ମିଶ୍ର) ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ବି ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ସିଲିଙ୍ଗା ପଞ୍ଚାୟତର ସଲପଗଣ୍ଡା ଓ ମୂଷିଗୁଡ଼ା ଗାଁରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ । ଗାଁକୁ ରାସ୍ତା ନାହିଁ । ରାତିରେ କାଠ ଜଳାଯାଏ। ସେହି ଆଲୁଅରେ ଆଦିବାସୀଙ୍କ ରାତି କଟେ । ସୋଲାର ଲାଇଟ୍‌ ୨ ବର୍ଷ ହେଲା ଅଚଳ। ଡିବିରି ଜାଳିବାକୁ କିରୋସିନି ମିଳୁନି। ଗାଁରେ ନଳକୂପ ନାହିଁ । ପାନୀୟ ଜଳ ପାଇଁ ଖୋଲା କୂଅ ଭରସା । ପାଠ ପଢ଼ା ପାଇଁ ୧୫ କିମି ଯିବାକୁ ପଡୁଥିବାରୁ ପିଲାଙ୍କ ବହିବସ୍ତାନିରେ ଡୋରି ବନ୍ଧା ହୋଇଛି। ଟେଲିଫୋନ ବି କାମ କରୁନି। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ନେଟ୍‌ଓ୍ବାକ କାମ କରିଥାଏ। ବିକାଶ ପାହାଡ଼ ଚଢ଼ି ପାରୁ ନ ଥିବାରୁ ଉପରୋକ୍ତ ଅଞ୍ଚଳର ଆଦିବାସୀମାନେ ଅଭିଶପ୍ତ ଜୀବନ ଜିଉଁଥିବା ଅଭିଯୋଗ ହୋଇଛି ା
ନୟାଗଡ଼ ଜିଲା ଗଣିଆ ବ୍ଲକ କାର୍ଯ୍ୟାଳୟଠାରୁ ୪୫ କିମି. ଓ ବଡ଼ସିିଲିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟଠାରୁ ୧୫ କିମି.ଗଲେ ପଡେ ସଲପଗଣ୍ଡା ଓ ମୂଷିଗୁଡ଼ାଗାଁ । ସଲପଗଣ୍ଡାରେ ୧୮ ପରିବାରର ୬୭ ଓ ମୂଷିଗୁଡ଼ା ଗଁାରେ ୧୧ ପରିବାରର ୩୩ ଲୋକ ବାସ କରନ୍ତି। ଉଭୟ ଗଁା ସାତକୋଶିଆ ଅଭୟାରଣ୍ୟର ବସାଗଣ୍ଡ ପାହାଡ଼ରେ ଓ ନିମାଣି ଜଙ୍ଗଲ ଭିତରେ ରହିଛି । ଗାଁକୁ ଯିବାକୁ ହେଲେ ସବୁ ଦିନିଆ ରାସ୍ତା ନାହିଁ। ଆବୋଡା ଖାବୋଡା ଘାଟି ରାସ୍ତାରେ ଯିବାକୁ ପଡେ। ଏଠାରେ ସର୍ବନିମ୍ନ ସୁବିଧା ଅପହଞ୍ଚ । ଏନେଇ ମୂଷିଗୁଡ଼ା ଗଁାର ଅଞ୍ଜନା ଜାନି କୁହନ୍ତି, ସଲପଗଣ୍ଡା ଓ ମୂଷିଗୁଡ଼ାଗାଁକୁ ରାସ୍ତା ନାହିଁ । ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ପରି ଅନେକ ଯୋଜନା କାର୍ଯ୍ୟ କରୁଥିଲେ ମଧ୍ୟ ଆମ ଦୁଇ ଗାଁକୁ ରାସ୍ତା ହୋଇ ପାରୁନାହିଁ। ବନବିଭାଗର ଅସହଯୋଗ କାରଣରୁ ରାସ୍ତା ତିଆରି ହେଉନାହିଁ । ଗାଁରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ । ସୋଲାର ଲାଇଟ୍‌ ୨ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ଏହାର ମରାମତି ପ୍ରଶାସନ କରୁନି । ଆମେ ତ ଏହାର ମରାମତି କରି ଜାଣିନୁ । ଜଙ୍ଗଲ ସାମଗ୍ରୀ ଓ ଖଲିପତର ବିକି ଯାହା ରୋଜଗାର ହୁଏ ସେଥିରେ ଆମେ ଚଳୁ । ସରକାର ଆମ ଗାଁକୁ ରାସ୍ତା କରି ଦେଲେ ଅନ୍ୟ ସମସ୍ୟା ଧିରେ ଧିରେ ସମାଧାନ ହୋଇ ପାରନ୍ତା । ୱାର୍ଡମେମ୍ବର ନରେନ୍ଦ୍ର ପ୍ରଧାନ କୁହନ୍ତି, ମୁଁ ଜଣେ ଲୋକ ପ୍ରତିନିଧି ହେଲେ ବି ସଲପଗଣ୍ଡା ଓ ମୂଷିଗୁଡ଼ା ଗଁା ପାଇଁ କିଛି କରି ପାରୁନି । ଉଭୟ ଗାଁରେ ସବୁ ଅସୁବିଧା । ଖୋଲା କୂଅରେ ଚାନ୍ଦିନି କରି ପାରୁନୁ । ରୋଗ ହେଲେ ରୋଗୀଙ୍କୁ ଦଶପଲ୍ଲା ଅଥବା ଗଣିଆ ନେବାକୁ ପଡୁଛି। ଗଁାକୁ ଆମ୍ବୁଲାନ୍ସ ଅଥବା ଦମକଳ ଆସି ପାରେନା । ଗୁରୁତର ରୋଗୀଙ୍କୁ ଆମ ଗାଁଠାରୁ ୧୫ କିମି ଭାର, ଦୋଳା କରି ନେବା ପରେ ଦଶପଲ୍ଲା ଓ ଗଣିଆକୁ ଅଟୋରିକ୍ସାରେ ନେଇଥାଉ । ଗାଁରେ ନିଅଁା ଲାଗିଲେ ଆମେ ସବୁ ଏକାଠି ହୋଇ ନିଅଁା ଲିଭାଉ । ଗାଁରେ ସମସ୍ତଙ୍କ ଗାଈ ଅଛି । ହେଲେ ଗୁହାଳ ନାହିଁ । ଗୁହାଳ ଯୋଜନା ଆମ ପାଇଁ ଅପହଞ୍ଚ କହି ସେ କ୍ଷୋଭ ପ୍ରକାଶ କରିଥିଲେ ।
ମୂଷିଗୁଡ଼ା ଗଁାର ନିରଞ୍ଜନ ଜାନି କୁହନ୍ତି, ଆବାସ ଯୋଜନାରେ ଘର ଆମ ପାଇଁ ସ୍ବପ୍ନ । ଗାଁକୁ ରାସ୍ତା ନ ଥିବାରୁ ଆବାସ ଯୋଜନାରେ ଘର ମିଳିଲେ କରି ପାରୁନି। ସରକାରୀ ଅନୁଦାନ ଆମକୁ ପାଉନି। ସଲପଗଣ୍ଡା ଓ ମୂଷିଗୁଡ଼ାଗାଁରେ ମାତ୍ର ୩ଜଣ ଆବାସ ଯୋଜନାରେ ବହୁ କଷ୍ଟରେ ଘର କରିଛନ୍ତି । ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ । ଆଶା କର୍ମୀ ନାହାନ୍ତି । ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ସେବା ପାଇବାକୁ ହେଲେ ୧୫ କିମି ଯିବାକୁ ପଡେ। ସ୍ବାସ୍ଥ୍ୟସେବା ଓ ପ୍ରାଥମିକ ପାଠ ପାଇଁ ଗଁାରେ ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କୁ ନିୟୋଜିତ କରିବା ଦରକାର। ମୂଷିଗୁଡ଼ା ଗାଁର ଟିକିନା ଜାନି କୁହନ୍ତି, ବିଦ୍ୟୁତ୍‌ ନ ଥିବାବେଳେ କଣ୍ଟ୍ରୋଲ ଦୋକାନରେ କିରୋସିନି ମିଳୁନି । ଏଣୁ ସନ୍ଧ୍ୟା ହେଲେ କାଠ ଜାଳି ରାତିର ସବୁ କାମ ଶେଷ କରୁ। ପ୍ରତି ଘରର ଅଗଣାରେ ସନ୍ଧ୍ୟା ହେଲେ କାଠ ଖଣ୍ଡ ଜାଳି ତାର ଆଲୁଅରେ ରୋଷେଇ ଓ ଖାଇବା ପିଇବା ହୁଏ। ଗଁାକୁ ରାସ୍ତା ଓ ବିଦ୍ୟୁତ୍‌ ବ୍ୟବସ୍ଥା ପ୍ରଥମେ କରାଯିବା ଦରକାର। ସଲପଗଣ୍ଡା ଗଁାର ଚଞ୍ଚଳା ଜାନୀ କୁହନ୍ତି, ଆମେ କେତେ ଅସୁବିଧାରେ ଚଳୁଛୁ ଆମ ଗଁାକୁ ସରକାରୀ ବାବୁ ନ ହେଲେ ରାଜନେତା ଆସି ରାତି କଟାଇଲେ ପ୍ରକୃତ ଅସୁବିଧା ଜାଣି ପାରନ୍ତେ। ହେଲେ ସେମାନଙ୍କ ପାଦ ଆମ ଗଁାରେ ପଡୁନି । ଗଁାର ସମସ୍ୟା ଦୂର ପାଇଁ ବନବିଭାଗ, ସରପଞ୍ଚ, ବିଡିଓ, ଜିଲାପାଳ, ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଇଛୁ। ହେଲେ ଆମ ଗଁାର ସମସ୍ୟା ବଢ଼ିି ଚାଲିଥିଲେ ମଧ୍ୟ ସମାଧାନର ନଁା ଧରୁନି। ଦେଖାଯାଉ ଆଉ କେତେବର୍ଷ ଆମେ ଓ ଆମ ପିଲାମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ଉଭୟ ଗାଁ ଲୋକମାନେ ବୁଧବାର ଜିଲାପାଳଙ୍କୁ ଭେଟି ଉପରୋକ୍ତ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଜୀବନ

ନୂଆଗଡ଼,୭ା୪ (ଯୋଗ୍ୟବନ୍ତ ପରିଛା): ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ଖଜୁରିପଦା ଫାଣ୍ଡି ଅନ୍ତର୍ଗତ ସୁରଙ୍ଗି ଛକଠାରେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ...

ଶାଳକାଠ ଚୋରାଚାଲାଣବେଳେ ମାଡ଼ିବସିଲା ବନ ବିଭାଗ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନର ବଡପଶି ନିକଟରୁ ସୋମବାର ଅପରାହ୍ନ ଏକ ଶାଳ ଗଣ୍ଡି ବୋଝେଇ (ଓଡି ୧୧ଜେ୦୧୦୨...

ରାଗିକି ନିଆଁବାଣ ହେଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୪: ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚଳିତ ଆଇପିଏଲ୍‌ ସିଜିନ୍‌ ଆରମ୍ଭ ଖରାପ ରହିଛି। ଦଳ ଲଗାତାର ୪ ମ୍ୟାଚ ହାରିଛି। ଟ୍ରାଭିସ ହେଡ, ଇଶାନ କିଷନ,...

ବାପା ସିଲେଇ ଦୋକାନ କରି ପୋଷୁଛନ୍ତି ପେଟ, ଆଇପିଏଲ୍‌ରେ ହଇଚଇ କରୁଛନ୍ତି ପୁଅ

ନୂଆଦିଲ୍ଲୀ,୭।୪: ଆଜିକାଲି ସନରାଇଜର୍ସ ହାଇଦ୍ରାବାଦର ଲେଗ ସ୍ପିନର ଜିଶାନ ଅନସାରୀଙ୍କୁ ନେଇ କ୍ରିକେଟ୍‌ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ୨୫ ବର୍ଷୀୟ ଯୁବ ଲେଗ...

ସ୍ଥାନାନ୍ତର ହେବ ଆର୍ଯ୍ୟପଲ୍ଲୀ ମେରାଇନ ଥାନା

ଛତ୍ରପୁର,୭ା୪(ସନ୍ତୋଷ ପାଢ଼ୀ): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବ। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ...

ରତ୍ନଭଣ୍ଡାର ଚାବି ହଜିବା ମାମଲା: ଦୁଇ ମାସ ମଧ୍ୟରେ ସାର୍ବଜନୀନ ହେବ  ତଦନ୍ତ କମିଶନଙ୍କ ରିପୋର୍ଟ

କଟକ,୭।୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଶୁଣାଣି  ସୋମବାର ହାଇକୋର୍ଟରେ ହୋଇଛି। ତେବେ  ଶୁଣାଣି ସମୟରେ ତଦନ୍ତ କମିଶନଙ୍କ ରିପୋର୍ଟ ଆଗାମୀ ଦୁଇ ମାସ...

ପୁଣି କ୍ୟାନସର୍‌ ସହ ଲଢୁଛନ୍ତି ଏହି ଅଭିନେତାଙ୍କ ସ୍ତ୍ରୀ: ପୋଷ୍ଟ ଶେୟାର କରି କହିଲେ…

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ତାହିରା କଶ୍ୟପ ତାଙ୍କର ସ୍ପଷ୍ଟବାଦୀତା ପାଇଁ ଜଣାଶୁଣା। ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ...

ଗୋଟିଏ ଅଣ୍ଡାର ଦାମ୍‌ କରିଦେବ…

ଡାକ୍ତର କହନ୍ତି ‘ସଣ୍ଡେ ହୋ ୟା ମଣ୍ଡେ ରୋଜ୍‌ ଖାଓ ଅଣ୍ଡେ’। ତେଣୁ ଅନେକେ ନିଜର ପ୍ରତିଦିନର ଡାଏଟ୍‌ରେ ଅଣ୍ଡା ସାମିଲ କରିଥାନ୍ତି। ହେଲେଏମିତି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image