ବଜ୍ରପାତରେ ମନ୍ଦିରର ନୀଳଚକ୍ର ଖସିପଡ଼ିଲା

ନିରାକାରପୁର,୨୩ା୬(ମାନସ ଚନ୍ଦ୍ର ପଟ୍ଟନାୟକ ): ମୌସୁମୀ ଛୁଇଁବା ପୂର୍ବରୁ ଗୁରୁବାର ପୂର୍ବାହ୍ନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବଜ୍ରପାତ ହୋଇଛି। ତେବେ ବଜ୍ରପାତ ଘଟି ଖୋର୍ଦ୍ଧା ଜିଲା ନିରାକାରପୁର ନିକଟ ଗଡ଼ଖାରଦ ପାହାଡ଼ ଉପରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ନୀଳଚକ୍ର ତଳକୁ ଖସିପଡ଼ିଥିଲା। ତେବେ ନୀଳଚକ୍ରଟି ଆଂଶିକ କ୍ଷତି ହୋଇଥିବା ବେଳେ ବାନା କିଛି ଦୂରରେ ପଡ଼ିଥିବା ସ୍ଥାନୀୟବାସିନ୍ଦା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା କୁହନ୍ତି, ମହାପ୍ରଭୁଙ୍କ କୃପାରୁ ଗ୍ରାମରୁ ରିଷ୍ଟ ଖଣ୍ଡନ ହୋଇଗଲା। ଅଘଟଣ ଯାହା ଘଟିଥାନ୍ତା, ଠାକୁର ରକ୍ଷା କରିଦେଲେ ବୋଲି ସେ କହିଛନ୍ତି।

Share