ପାଟଣା,୨୩।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମରେ ଘର ନିକଟରେ ଥିବା ଏକ ଗଛରୁ ସୋମବାର ଜଣେ ନବଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ନାବାଳିକା ଜଣଙ୍କ ମାମୁ ଘରେ ରହି ପାଠ ପଢୁଥିଲେ। ସୋମବାର ସକାଳୁ କିଛି ଲୋକ ନାବାଳିକାଙ୍କ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏଥି ସହ ଘଟଣାର ତଦନ୍ତ ଜାରି ରଖିଛି।