ବ୍ରଜରାଜନଗର ଉପନିର୍ବାଚନ:ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୪।୫(ବ୍ୟୁରୋ): ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୀତି ସରଗରମ ହୋଇଉଠିଛି। ଉପନିର୍ବାଚନ ଆସନ୍ତା ୩୦ରେ ହେବାକୁ ଥିବା ବେଳେ ବୁଧବାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ଏହି ନାମାଙ୍କନ ପ୍ରକ୍ରିୟା ଆସନ୍ତା ୧୧ପର୍ଯ୍ୟନ୍ତ ଚାଲିବ। ସେହିପରି ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ତେବେ ପ୍ରାର୍ଥୀମାନେ ଚାହିଁଲେ ୧୭ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ।
ଅନ୍ୟପଟେ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଚୟନକୁ ନେଇ ଆକାଂକ୍ଷା ଆରମ୍ଭ କରିଦେଇଛନ୍ତି। ଏଥର ୨ଲକ୍ଷ ୧୪ ହଜାର ୨୬୧ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଗତ ନିର୍ବାଚନରେ ୨୫୭ଟି ବୁଥ୍‌ ଥିଲା। ତେବେ ଅଧିକ ୨୨ଟି ବୁଥ୍‌ ପ୍ରତିଷ୍ଠା ପାଇଁ ଜିଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଛି।

Share