Posted inଫୁରସତ

ହଲିଉଡ୍‌ ଗୁରୁଙ୍କୁ ବାହାହେବେ ନରଓ୍ବେ ରାଜକୁମାରୀ

ଓସ୍‌ଲୋ: ନରଓ୍ବେ ରାଜକୁମାରୀ ମାର୍ଥା ଲୁଇସ୍‌ ଚଳିତ ସପ୍ତାହାନ୍ତରେ ହଲିଉଡ୍‌ ଗୁରୁ ତଥା ନିଜକୁ ଯାଦୁକର ବୋଲି ଦାବି କରୁଥିବା ଆମେରିକୀୟ ପ୍ରେମିକ ଡୁରେକ୍‌ ଭେରେଟ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଗେଇରାଙ୍ଗରଠାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। ଆଲେସଣ୍ଡସ୍ଥିତ ଐତିହାସିକ ହୋଟେଲରେ ‘ମିଟ୍‌ ଆଣ୍ଡ ଗ୍ରୀଟ୍‌’ କାର୍ଯ୍ୟକ୍ରମରୁ ବିବାହ ଉତ୍ସବ ଆରମ୍ଭ ହେବ। ଏଥିରେ ସୁଇଡେନ୍‌ ରାଜପରିବାର ସଦସ୍ୟ,ଆମେରିକୀୟ ଟିଭି ବ୍ୟକ୍ତିତ୍ୱଙ୍କ ସମେତ ଶତାଧିକ ଅତିଥି ଯୋଗଦେବେ। ବିବାହ କାର୍ଯ୍ୟକ୍ରମରେ ଏକ ସୁଦୃଶ୍ୟ ବୋଟ୍‌ ଭ୍ରମଣକୁ ସାମିଲ କରାଯାଇଛି। ଉକ୍ତ ବୋଟ୍‌ରେ ଫୋର୍ଡରୁ ଗେଇରାଙ୍ଗର ଯାତ୍ରା ପରେ ନବଦମ୍ପତିଙ୍କ ମଧ୍ୟରେ ପ୍ରତିଜ୍ଞା ବିନିମୟ ହେବ।
୫୨ ବର୍ଷୀୟା ପ୍ରିନ୍ସ ମାର୍ଥା ଲୁଇସ୍‌ ନରଓ୍ବେ ରାଜା ହେରାଲ୍ଡ ପଞ୍ଚମଙ୍କ ଜ୍ୟେଷ୍ଠ ସନ୍ତାନ ହୋଇଥିବାବେଳେ ସେ ଏକଦା ଅଶ୍ୱାରୋହୀ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ୪୯ ବର୍ଷୀୟ ଭେରେଟ୍ଟ ହଲିଉଡ୍‌ର ଆଧ୍ୟାତ୍ମିକ ଗୁରୁ ଭାବେ ପରିଚିତ। ୨୦୨୦ରେ ଭାନିଟି ଫେୟାର ସହ ଏକ ସାକ୍ଷାତ୍‌କାରରେ ଭେରେଟ୍ଟ କହିଥିଲେ, ୨୮ ବର୍ଷ ବୟସରେ ତାଙ୍କର ୪ ମିନିଟ୍‌ ପାଇଁ ମୃତ୍ୟୁ ଘଟିଥିଲା। ସେ ସଂଜ୍ଞାହୀନ ହୋଇଯିବା ସହ ତାଙ୍କର ସବୁ ଅଙ୍ଗ ନିସ୍ତେଜ ହୋଇଯାଇଥିଲା। ତାଙ୍କୁ ଜଳନ୍ତା ଛୁରିରେ ଭୁସାଯାଉଥିବା ସେ ଅନୁଭବ କରିଥିଲେ ଏବଂ ପଳାଇଯିବା ପାଇଁ ତାଙ୍କ ଜେଜେମା’ଙ୍କ ପ୍ରେତାତ୍ମା କହୁଥିବା ଶୁଣିବାକୁ ପାଇଥିଲେ। ୪ ମିନିଟ୍‌ ପରେ ସେ ପୁନର୍ଜନ୍ମ ପାଇଥିବା ଦାବି କରନ୍ତି। ତେବେ ସେବେଠାରୁ ୨ ମାସ ସେ କୋମାରେ ରହିଥିଲେ ଏବଂ ୮ ବର୍ଷ ପର୍ଯ୍ୟନ୍ତ ଡାଏଲିସିସ୍‌ ହୋଇଥିଲା। ୨୦୧୨ରେ ତାଙ୍କ ଭଉଣୀ ତାଙ୍କୁ କିଡ୍‌ନୀ ଦାନ କରିଥିଲେ। ଏହା ପରେ ଭେରେଟ୍ଟ ଆଧ୍ୟାତ୍ମିକ ଦିଗରେ ମନ ବଳାଇଥିଲେ। ସେ ଜଣେ ଆଫ୍ରିକୀୟ-ଆମେରିକୀୟ ଆଧ୍ୟାତ୍ମିକ ଗୁରୁ ଯିଏ ନିଜକୁ ଗିନେଥ ପାଲ୍ଟରୋ ଏବଂ ଆଣ୍ଟୋନିଓ ବାନ୍ଦେରାସ୍‌ଙ୍କୁ ତାଙ୍କର ଶିଷ୍ୟ ବିବେଚନା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

କିପରି ମଦ ପିଇବା ପରେ ସତ କୁହନ୍ତି ଲୋକେ, ରିସର୍ଚ୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୯: ସାରା ବିଶ୍ୱରେ ଧୀରେ ଧୀରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ମଦ୍ୟପାନ...

ଜାତୀୟ ଏକତାକୁ ମଜଭୁତ କରେ ହିନ୍ଦୀ ଭାଷା

ହିନ୍ଦୀ ଭାଷା ଆମ ଦେଶର ସରକାରୀ ଭାଷା ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ଇଂରାଜୀ ଏବଂ ମାଣ୍ଡାରିନ ପରେ ହିନ୍ଦୀ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ କଥିତ...

୭ ମାସରେ କମାଇଲେ ୧୧୩ କେ.ଜି. ଓଜନ

ୱାଶିଂଟନ: ୟୁଟ୍ୟୁବର ନିକୋକାଡୋ ଆଭୋକାଡୋ ମାତ୍ର ୭ ମାସ ମଧ୍ୟରେ ନିଜର ୧୧୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କର...

ଗୁମ୍ଫା ଭିତରେ ରହସ୍ୟମୟ ସେତୁ

ମାଡ୍ରିଡ୍‌: ସ୍ପେନ୍‌ର ମାଲୋର୍କା ଦ୍ୱୀପରେ ଥିବା ଜେନୋଭେସା ଗୁମ୍ଫାର ଗଭୀରରେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ସେତୁକୁ ନେଇ ଜର୍ନାଲ କମ୍ୟୁନିକେଶନ ଆର୍ଥ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ...

ସ୍ତ୍ରୀଙ୍କ ପାଖରେ ଥିଲେ ଏହି ୪ ଗୁଣ, ଭାଗ୍ୟବାନ ହେବେ ସ୍ବାମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ଲଣ୍ଡନରୁ ଭିଡିଓ ପଠାଇ ଛାଡ଼ପତ୍ର ଦେଲେ ଏନଆର୍‌ଆଇ ସ୍ବାମୀ, ଜାଣନ୍ତୁ କେମିତି…

ବର୍ତ୍ତମାନ ବିବାହ ଏବଂ ବିଚ୍ଛେଦ ଏକ ସଧାରଣ କଥା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଲେ ସୋମାନେ କୋର୍ଟ ଯାଇ ଛାଡପତ୍ର  ନେଉଛନ୍ତି।  ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri