ଆଜି ଆସୁଛନ୍ତି ଏନ୍‌କ୍ୟୁଏସ୍‌ ଟିମ୍‌

ଭୁବନେଶ୍ୱର,୧୦।୭(ଅଭିଜିତ ଦାସ): ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ (ଏନ୍‌କ୍ୟୁଏସ୍‌) ଟିମ୍‌ ୧୦ ତାରିଖ ସୋମବାରଠାରୁ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ଆସୁଛନ୍ତି। ଏହି ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ତିନିଦିନ ଧରି ହସ୍ପିଟାଲର ୧୯ ବିଭାଗକୁ ତଦାରଖ କରି ପ୍ରମାଣପତ୍ର ଦେବ। ରୋଗୀ ଚିକିତ୍ସାଠାରୁ ଆରମ୍ଭ କରି ହସ୍ପିଟାଲର ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହ ମାନବସମ୍ବଳ ଯଥା କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଦକ୍ଷତା ପରଖିବ। ଅନ୍ୟପକ୍ଷରେ ହସ୍ପିଟାଲକୁ ଯେପରି କେନ୍ଦ୍ରୀୟ ପ୍ରମାଣପତ୍ର ମିଳିପାରିବ ଓ କେନ୍ଦ୍ରୀୟ ଟିମ୍‌ ତଦାରଖର ଯେପରି କୌଣସି ଅସୁବିଧା ହେବନାହିଁ ସେଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଏହାପୂର୍ବରୁ ଗତ ଫେବୃୟାରୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଜଣିଆ ଡାକ୍ତରୀ ଦଳ ହସ୍ପିଟାଲ ପରିଦର୍ଶନ କରି କେତେକ ପରାମର୍ଶ ଦେଇଥିଲା। ହସ୍ପିଟାଲରେ ମନ୍ଥର ଗତିରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲା।

Share