Categories: ଜାତୀୟ

ରାମ ଜନ୍ମଭୂମିର ସୁରକ୍ଷା ଆକଳନ କରିବେ ଏନ୍‌ଏସ୍‌ଜି ଟିମ୍‌

ଅଯୋଧ୍ୟା,୧୫ା୭: ଅଯୋଧ୍ୟାରେ ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ହବ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ଏହା ପରେ ଏନ୍‌ଏସ୍‌ଜି କଣ୍ଟିଜେଣ୍ଟ ସ୍ଥାୟୀ ଭାବରେ ଏଠାରେ ନିୟୋଜିତ ହେବ। ଏ ବାବଦରେ ୧୭ ଜୁଲାଇରେ ଏନ୍‌ଏସ୍‌ଜିର ଏକ ଦଳ ଅଯୋଧ୍ୟାକୁ ଆସୁଛନ୍ତି। ଏହି ଦଳ ଅଯୋଧ୍ୟାରେ ୪ ଦିନ ରହିବେ। ଏହି ସମୟ ମଧ୍ୟରେ ସେ ରାମ ଜନ୍ମଭୂମି ଏବଂ ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ଆକଳନ କରିବେ। ଏନ୍‌ଏସ୍‌ଜି କଣ୍ଟିଜେଣ୍ଟ ଜୁଲାଇ ୨୦ ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିବ।

ରାମମନ୍ଦିର ନିର୍ମାଣ ପରଠାରୁ ଅଯୋଧ୍ୟାରେ ଆତଙ୍କବାଦୀ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି। ଏହି କାରଣରୁ ବିପଦର ମୁକାବିଲା ପାଇଁ କେନ୍ଦ୍ର ସରକାର ନିରନ୍ତର ଯୋଜନା ପ୍ରସ୍ତୁତ କରୁଛନ୍ତି।

ସୂଚନାଯୋଗ୍ୟ, ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କୁ ରାମ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏଠାରେ ଭକ୍ତଙ୍କ ସଂଖ୍ୟାରେ ବହୁତ ବୃଦ୍ଧି ଘଟିଛି। ପ୍ରତିଦିନ ଏକ ଲକ୍ଷରୁ ଅଧିକ ଲୋକ ଏଠାକୁ ପରିଦର୍ଶନ କରିବାକୁ ଆସନ୍ତି। ଏହି କାରଣରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ଗୁରୁତ୍ୱ ଦିଆଯାଉଛି। ଅଯୋଧ୍ୟାରେ ଏନ୍‌ଏସ୍‌ଜିର ଏକ ହବ ନିର୍ମାଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ଏହି ହବ୍‌ରେ ବ୍ଲାକ୍‌ କ୍ୟାଟ କମାଣ୍ଡୋ ନିୟୋଜିତ ହେବେ।

Share