Categories: ଜାତୀୟ

ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରେ ଆଡ୍‌ମିଶନ ସଂଖ୍ୟା କମ୍‌ ରହୁଛି

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀରେ କୋଭିଡ୍‌ର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଲାଗିଛି। ତେବେ ଡାକ୍ତରଖାନାର ଆଡ୍‌ମିଶନ କମ ରହିଥିବା ବେଳେ ୯୯% ଶଯ୍ୟା ଖାଲି ରହିଥିବା ଲୋକ ନାୟକ ହସ୍ପିଟାଲର ନିର୍ଦ୍ଦେଶକ ଡା. ସୁରେଶ କୁମାର କୁମାର କହିଛନ୍ତି।
ସେ କହିଛନ୍ତି, ଯଦି ପିତାମାତା କୋଭିଡ ଟିକା ନ ନିଅନ୍ତି, ତେବେ ପିଲାମାନେ ବିପଦରେ ପଡ଼ିପାରନ୍ତି। ଏବେ ସାତଜଣ ରୋଗୀ ଏଲଏନ୍‌ଜେପିରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ୪ ମାସର ଶିଶୁ ଅମ୍ଳଜାନ ପାଇଁ ଭର୍ତ୍ତି ହୋଇଛନ୍ତି।

Share