ଭାଜପା କର୍ମୀ ହତ୍ୟା ମାମଲା: ରାଜକୋଟରୁ ଧରାପଡ଼ିଲେ ଆଉ ୨ ଅଭିଯୁକ୍ତ

ଛତ୍ରପୁର,୭।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତରେ ଭାଜପା କର୍ମୀ ଦୀଲିପ ପାହାନ ହତ୍ୟାକାଣ୍ଡରେ ଜଡିତ ଦୁଇ ଅଭିଯୁକ୍ତ ଖଲ୍ଲିକୋଟ ପୋଲିସ ଗିରଫ କରିଛି । ଫଳରେ ଗିରଫ ଅଭିଯୁକ୍ତ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି।

ଅଭିଯୁକ୍ତମାନଙ୍କୁ ଗୁଜୁରାଟ ରାଜକୋଟରୁ ପୋଲିସ ଧରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେଶପୁରର ଆଶିଷ ସାହୁ ଏବଂ ଶ୍ରୀକୃଷ୍ଣଶରଣପୁର ଗୋପୀ ଗୌଡ଼। ଏହାପୂର୍ବରୁ ବାଙ୍ଗାଲୋରରୁ ୩ଜଣଙ୍କୁ ପୋଲିସ ଧରିଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କଠାରୁ ୩ଟି ବାଇକ୍‌ ଓ ୩ଟି କାର, ମାରଣାସ୍ତ୍ର ଜବତ କରାଯାଇଛି। ତଦନ୍ତ ଚାଲିଛି ଏବଂ ଏଥିରେ ଯେକେହି ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share