ବଢ଼ିପାରେ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପାସ୍‌ ହାର ତୁଳନାରେ କଲେଜରେ ସିଟ୍‌ କମ୍‌ ରହିଛି। ତେଣୁ ଆବଶ୍ୟକ ପଡ଼ିଲେ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା ବଢ଼ାଯାଇପାରେ ବୋଲି ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ପିଲାଙ୍କ ସଂଖ୍ୟା ଦେଖି ସିଟ୍‌ ସଂଖ୍ୟା ବଢ଼ାଯିବ। ଏନେଇ ସୋମବାର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସବୁ ଦିଗକୁ ଲକ୍ଷ୍ୟ କରାଯାଇ ସିଟ୍‌ ବୃଦ୍ଧି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

Share