Advertisement

ଏହି ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ହଜାରେ: ପୁଣି ଜଣେ ରିପିଟ୍‌ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୫।୮(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ହଜାରେ ଟପିଯାଇଛି । ବୁଧବାର ଜିଲାରେ ପୁଣି ୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଜଣେ ପୁନର୍ବାର ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲାପାଳ ମଧୂସୁଦନ ମିଶ୍ର କହିଛନ୍ତି। ବୁଧବାର ଚିହ୍ନଟ ଆକ୍ରାନ୍ତକୁ ମିଶାଇ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୧କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ୩୧ ଜଣଙ୍କ ମଧ୍ୟରେ ଜଣେ ରିପିଟ୍‌ ପଜିଟିଭ୍‌ ହୋଇଥିବା ବେଳେ ଅନ୍ୟ ୩୦ ମଧ୍ୟରୁ (୧୫ ଜଣ ପୁରୁଷ ଓ ୧୫ ଜଣ ମହିଳା) ଅଛନ୍ତି। ସେଥିମଧ୍ୟରେ ୪ ଜଣ କୋରନା ଯୋଦ୍ଧା ( ୩ ଜଣ ସ୍ବାସ୍ଥ୍ୟ କର୍ମଜାରୀ ଓ ଜଣେ ପୋଲିସ ) ରହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share