କଟକରେ ୫୦୦ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଅଫିସ,୨୫।୬: କଟକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଡେଇଁଛି। ଗୁରୁବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧୦ରେ ପହଞ୍ଚିଛି। ସେଥିରୁ ୪୦୫ଜଣ ସୁସ୍ଥ ହୋଇଥିବା ବେଳେ ୧୦୧ଜଣ ଆକ୍ଟିଭ କେସ୍‌ ରହିଛି। ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସକାଳେ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀର ୪ଜଣ ଥିବା ବେଳେ କଣ୍ଟପଡ଼ାର ଜଣେ ଆକ୍ରାନ୍ତ ଅଛନ୍ତି।

Share