CORONAVIRUS UPDATE: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦୦୦ ଟପିଲା, ଆଜି ଚିହ୍ନଟ ହୋଇଛନ୍ତି ୬୭୩

ଭୁବନେଶ୍ୱର,୨୦ା୭(ବ୍ୟୁରୋ) : ସୋମବାର ପୁଣି ୬୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୪୬ ଚିହ୍ନଟ ହୋଇଥିବା ବେଳେ ୨୨୭ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୩୯ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଏବଂ ଖୋର୍ଦ୍ଧାରୁ ୫୮ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୪, ବାଲେଶ୍ୱର ୧୩, ବରଗଡ଼ ୨୨, କଟକ ୩୨, ଢେଙ୍କାନାଳ ୧୦, ଗଜପତି ୧୫, ଜଗତସିଂହପୁର ୩୬, ଯାଜପୁର ୨୮, ଝାରସୁଗୁଡ଼ା ୧୪, କନ୍ଧମାଳ ୪୪, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୨୪, କୋରାପୁଟ ୪୧, ମାଲକାନଗିରି ୪, ମୟୂରଭଞ୍ଜ ୧, ନୟାଗଡ଼ ୪, ପୁରୀ ୪, ସମ୍ବଲପୁର ୩, ସୋନପୁର ୪, ଏବଂ ସୁନ୍ଦରଗଡ଼ରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଥିବା ବେଳେ ୧୨,୪୫୨ ସୁସ୍ଥ ହୋଇଛନ୍ତି। ୫,୫୩୩ ଚିକିତ୍ସାଧୀନ ଅଛନ୍ତି। ୯୭ ଜଣଙ୍କ ମୃତ୍ୟୁ ଘଟିଛି।

Share