୧୩ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ନୂଆବର୍ଷ ଲାଗି ସତର୍କ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୨୯।୧୨(ଅସମାପିକା ସାହୁ): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଟେଷ୍ଟିଂ ତୁଳନାରେ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ କ୍ରମାଗତ ଭାବେ ଏହି ସଂଖ୍ୟା ବଢ଼ି ଚାଲିଥିବାରୁ ଚିନ୍ତା ବଢ଼ିଛି। ଗୁରୁବାର ୫୦୦ ନମୁନାର କରୋନା ଟେଷ୍ଟ ହୋଇଥିଲା। ସେଥି ମଧ୍ୟରୁ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ତେଣୁ ଲକ୍ଷଣ ଥିବା ଲୋକେ ଘରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷକରି ନୂଆବର୍ଷ ଭିଡ଼ ପାଇଁ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି। ଥଣ୍ଡା, କାଶ ଓ ଲକ୍ଷଣ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତି ଭିଡ଼ରୁ ଦୂରେଇ ରହିବା ପାଇଁ ସେ ଅପିଲ କରିଛନ୍ତି। ଘରେ ରହିବା ସହ ନିହାତି ଆବଶ୍ୟକ ସ୍ଥଳେ ବାହାରକୁ ବାହାରୁ ଥିଲେ ମାସ୍କ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

Share