୨୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧ା୧: ରାଜ୍ୟରେ ସୋମବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, କରୋନା ଟେଷ୍ଟିଂ ବଢ଼ିଛି। ସମସ୍ତ ଆକ୍ରାନ୍ତ ମେଡିକାଲ ନ ଯାଇ ହୋମ୍‌ ଆଇସୋଲେଶନରେ ଅଛନ୍ତି। ତେଣୁ କେହି ଆତଙ୍କିତ ହେବାର ନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି। ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

Share