ଦେଶରେ ସାମାନ୍ୟ କମ୍ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୧ ।୯: କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମ୍ ହୋଇଛି । ଲାଗାତାର ଭାବେ ପ୍ରତି ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ଅତିକ୍ରମ କରୁଥିବା ବେଳେ ଗତ ୨୪ ଘଣ୍ଟାରେ କିନ୍ତୁ ୮୬,୯୧୬ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାସହ ଗତ ୨୪ ଘଣ୍ଟାରେ ୧,୧୩୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଏବେ ଦେଶରେ ସଂକ୍ରମିତଙ୍କ ମୋଟ ସଂଖ୍ୟା ୫୪ ଲକ୍ଷ ୮୭ ହଜାର ଅତିକ୍ରମ କରିଛି । ଏବେସୁଦ୍ଧା ୧୦,୦୩,୨୯୯ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୪୩,୯୬,୩୯୯ ସୁସ୍ଥ ହୋଇ ସାରିଲେଣି । ଏପଟେ ଦେଶରେ ମୋଟ ୮୭,୮୮୨ ଜଣଙ୍କ କରୋନା ସଂକ୍ରମଣରେ ମୃତୁୃ ହୋଇଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଅନ୍ୟପଟେ କରୋନା ସୁସ୍ଥତା ହାରରେ ଭାରତ ବିଶ୍ୱ ତାଲିକାରେ ସବୁଠାରୁ ଉପରେ ରହିଛି ବୋଲି କୁହାଯାଉଛି ।

Share