ଖୁସି ଖବର: ଆଜି ୩୦୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୯୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୯୩,୫୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୬୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୩୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୨ ଏବଂ ଯାଜପୁରରୁ ୨୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୧୯, ବାଲେଶ୍ୱର ୨୨୦, ବରଗଡ଼ ୩୧, ଭଦ୍ରକ ୧୩୬, ବଲାଙ୍ଗୀର ୧୨, ବୌଦ୍ଧ ୧୮, ଦେବଗଡ଼ ୪, ଢେଙ୍କାନାଳ ୪୨, ଗଜପତି ୧୩, ଗଞ୍ଜାମ ୧୮, ଜଗତସିଂହପୁର ୧୩୧, ଝାରସୁଗୁଡ଼ା ୧୪, କଳାହାଣ୍ଡି ୩୫, କନ୍ଧମାଳ ୩୬, କେନ୍ଦ୍ରାପଡ଼ା ୭୧, କେନ୍ଦୁଝର ୭୦, କୋରାପୁଟ ୫୪, ମାଲକାନଗିରି ୪୯, ମୟୂରଭଞ୍ଜ ୧୭୪, ନବରଙ୍ଗପୁର ୫୦, ନୟାଗଡ଼ ୧୪୦, ନୂଆପଡ଼ା ୮, ପୁରୀ ୧୬୧, ରାୟଗଡ଼ା ୫୨, ସମ୍ବଲପୁର ୩୦, ସୋନପୁରରୁ ୧୩ ଏବଂ ସୁନ୍ଦରଗଡ଼ରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୬୫।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୩,୫୦୮ରେ ପହଞ୍ଚିଥିବା ବେଳେ ୮,୫୬,୪୯୮ ଜଣ ସୁସ୍ଥ ହୋଇଛନ୍ତି। ୩୩,୧୫୬ ଜଣ ଚିକିିତ୍ସିତ ହେଉଛନ୍ତି।

Share