ଆଜି ବି ରାଜ୍ୟରେ ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣଙ୍କର ଜୀବନ ଗଲା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୬ ଜଣ ଚିହ୍ନଟ ହୋଇଥିବା ବେଳେ ୭୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଅନୁଗୋଳରୁ ସର୍ବାଧିକ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର ଏବଂ ଖୋର୍ଦ୍ଧାରୁ ୧୯ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୬, ବରଗଡ଼ ୧୦, ବଲାଙ୍ଗୀର ୩, ବୌଦ୍ଧ ୧, କଟକ ୭, ଦେବଗଡ଼ ୨, ଗଜପତି ୩, ଗଞ୍ଜାମ ୧, ଯାଜପୁର ୧, ଝାରସୁଗୁଡ଼ା ୧୧, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୩, ମୟୂରଭଞ୍ଜ ୮, ନୟାଗଡ଼ ୧ ନୂଆପଡ଼ା ୧୮, ପୁରୀ ୧୩ ଏବଂ ସୁନ୍ଦରଗଡ଼ରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୬। ସେହିପରି ଆଜି ରାଜ୍ୟରୁ ଜଣଙ୍କର ଜୀବନ ନେଇଛି କରୋନା। ମୃତକ ଜଣକ ଭୁବନେଶ୍ୱରର। ସେ ଡାଇବେଟିସ ଏବଂ କିଡ୍‌୍‌ନୀ ରୋଗରେ ପୀଡ଼ିତ ଥଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୧୦ରେ ପହଞ୍ଚିଥିବା ବେଳେ ୩,୨୯,୩୧୮ଜଣ ସୁସ୍ଥ ହୋଇଛନ୍ତି। ୨୦୩୯ ଜଣ ଚିକିତ୍ସିତ ହେଉଛନ୍ତି।

Share