କଟକ ସହରରେ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ପୁଣି ୯ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୧୨ା୭: ରବିବାର କଟକ ସହରରୁ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ୮ ଜଣ ଇନ୍‌ଷ୍ଟିଚ୍ୟୁଶନାଲ୍‌ କ୍ୱାରାଣ୍ଟାଇନରେ ଥିବା ବେଳେ ଜଣେ ହୋମ୍‌ କ୍ୱାରାଣ୍ଟାଇନ୍‌ ଥାଇ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ଆକ୍ରାନ୍ତମାନେ ହେଲେ ୫୬ ବର୍ଷୀୟ ୨ ଜଣ ବ୍ୟକ୍ତି, ୬୦ ବର୍ଷୀୟା ଜଣେ ବୃଦ୍ଧା, ୪୨ ବର୍ଷୀୟା ଜଣେ ମହିଳା, ୨୬ ବର୍ଷୀୟା ୨ ଯୁବତୀ, ୨୨ ବର୍ଷୀୟ ଯୁବକ ଏବଂ ୪୦ ବର୍ଷୀୟ ଜଣେ ବ୍ୟକ୍ତି। ସେହିପରି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଆକ୍ରାନ୍ତ ଜଣକ ୩୩ ବର୍ଷୀୟ ଜଣେ ଯୁବକ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, କଟକ ସହରରୁ ବର୍ତ୍ତମାନ ସୁଦ୍ଧା ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୦ ଜଣ ସୁସ୍ଥ ହୋଇଛନ୍ତି। ୧୫୬ ଚିକିତ୍ସାଧୀନ। ୨ ଜଣଙ୍କ ମୃତ୍ୟୁ ଘଟିଛି।

Share