କରୋନା ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ଟପିଲା

ଭୁବନେଶ୍ୱର, ୯ା୯(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଏହି ସମୟରେ ଆରୋଗ୍ୟ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଜ୍ୟରେ ମଙ୍ଗଳବାର ସୁଦ୍ଧା କରୋନା ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ଏହି ବଡ଼ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୁଦ୍ଧରେ ଆଗରେ ଥିବା ଡାକ୍ତର ଓ ଅନ୍ୟାନ୍ୟ କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରିଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ବେଳେ ଏହା ରାଜ୍ୟ ପାଇଁ ଏକ ଗୌରବର ମୁହୂର୍ତ୍ତ। ରାଜ୍ୟରେ କରୋନା ଆରୋଗ୍ୟ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି। ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ନିଜର ବୃହତ୍‌ ତ୍ୟାଗ କରୁଥିବା ହଜାର ହଜାର ସ୍ବାସ୍ଥ୍ୟକର୍ମୀ ଓ ଉତ୍ସର୍ଗୀକୃତ କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ସାଲ୍ୟୁଟ କରିଛନ୍ତି।

Share