ଭବାନୀପାଟଣା,୭।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି। ଏ ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ଗତ ୬ ତାରିଖ ୫ଟା ସୁଦ୍ଧା ଜିଲାର ବିଭିନ୍ନ ବ୍ଲକରେ ୨୬ ନୂତନ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୫ ତାରିଖ ରାତିରେ ୮ ଚିହ୍ନଟ ହୋଇଥିଲେ। ଏହି ୨୬ ପଜିଟିଭ୍ଙ୍କୁ ମିଶାଇ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୭୦୨ରେ ପହଞ୍ଚିଛି। ସେଥିମଧ୍ୟରୁ ୧୨୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଜିଲାରେ ୪୯୬ ଆକ୍ଟିଭ କେସ୍ ରହିଛି।