୧୩୯ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯ରେ ପହଞ୍ଚିଛି। ଚିହ୍ନଟ ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ସେମାନଙ୍କୁ କେନ୍ଦୁଝର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ତାମିଲନାଡ଼ୁ ୩, ତେଲେଙ୍ଗାନା ୨ ଓ ଆନ୍ଧପ୍ରଦେଶରୁ ୨ ଜଣ ଫେରି ସାହରପଡା ଓ ତେଲକୋଇ ବ୍ଲକ ଅଞ୍ଚଳରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିଲେ। ଜିଲାର ୧୩୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଅନ୍ୟ ୫୯ ଜଣ ଚିକିତ୍ସାଧୀନ ଅଛନ୍ତି।

Share