ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୧,୬୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୯୩୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬୯୦ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୦ ହଜାର ୮୧୪ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୩୨ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୪୪, ବାଲେଶ୍ୱରରୁ ୯୩, ବରଗଡ଼ରୁ ୧୧, ଭଦ୍ରକରୁ ୭୬, ବଲାଙ୍ଗୀରରୁ ୫, ବୌଦ୍ଧରୁ ୨, କଟକରୁ ୧୬୦, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୯, ଗଜପତିରୁ ୨, ଗଞ୍ଜାମରୁ ୮, ଜଗତ୍‌ସିଂହପୁରରୁ ୬୭, ଯାଜପୁରରୁ ୮୪, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୪୭, କେନ୍ଦୁଝରରୁ ୨୯ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୪, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୫୩, ନବରଙ୍ଗପୁରରୁ ୬ , ନୟାଗଡ଼ରୁ ୩୮, ନୂଆପଡ଼ାରୁ ୧୦, ପୁରୀରୁ ୯୬, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୪ ସୁବର୍ଣ୍ଣପୁରରୁ ୨୨ ଓ ସୁନ୍ଦରଗଡ଼ରୁ ୨୨ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୧୧୩ ଅଛନ୍ତି।

Share