ପୁଣି ଉପର ମୁହାଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ, ୨୭।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିବା ପରେ ଏହା ପୁଣି ଉପର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୬ ହଜାର ୩୮୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୫୭୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହୁ ନଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ୩ ଲକ୍ଷ ୬ ହଜାର ୩୫୭ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୨୨ ଲକ୍ଷ ୨ ହଜାର ୪୭୨ ରେ ପହଞ୍ଚିିଛି।

ଦୈନିକ ପଜିଟିଭିଟି ହାର ୧୯.୫ ପ୍ରତିଶତ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୯୧ ହଜାର ୭୦୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩ ଲକ୍ଷ ୭୧ ହଜାର ୫୦୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ କୋଟି ୭୬ ଲକ୍ଷ ୭୭ ହଜାର ୩୨୮ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ୧୬୩ କୋଟି ୮୪ ଲକ୍ଷ ୩୭ ହଜାର ୨୦୯ଜଣଙ୍କୁ ଟିକାଦାନ କରାଯାଇଛି। ସେଥିମଧ୍ୟରେ ୮୯ କୋଟିରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୬୯ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share